ଦାଦନ ଯାଇ ଖାଲି ହାତରେ ଫେରିବା ପରେ ଏବେ ଦୟନୀୟ ଜୀବନ !!!

Spread the love

ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ଜଗଦଳପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ଗ୍ରାମ ର ଦୁଇ ଗୋଟି ପରିବାର ର ସଦସ୍ୟ ଇଟା ଭାଟି ରେ କାମ କରିବା ପାଇଁ ତେଲେଙ୍ଗାନା ରାଜ୍ୟ ର ଳେଇଲାପୁର ମିରକେଲ କୁ ଯାଇଥିଲେ ! ସେମାନେ ହେଲେ ପରିକ୍ଷିତ ଭୋଇ, ଅମ୍ବିକା ଭୋଇ, ପୂଜା ଭୋଇ, ରୁପେଶ ଡନଶନl, ସକୀର୍ତ୍ତନ ଡନସନା, ପବିତ୍ର ଡନସନା ! ଇଟାଭାଟି ରେ ଦୀର୍ଘ ନଅ ମାସ ଧରି କାମ କରିଥିଲେ ଓ ଯେତେବେଳେ ନିଜ ଜନ୍ମ ମାଟି କୁ ଫେରିବା ବେଳେ ନିଜ ପରିଶ୍ରମ ର ମୂଲ୍ୟ ମାଲିକ କୁ ମାଗିଲେ ସେତେବେଳେ ସେହି ଇଟା ଭାଟି ର ମାଲିକ ତାଙ୍କୁ ଟଙ୍କା ଦେବି ନାହିଁ ଏମିତି ତମେ ପଳାଅ ବୋଲି କହିଲା ! ସେହି ଜାଗାରୁ ତାଙ୍କୁ ଖାଲି ହାତରେ ବିଦା କରିଦେଲା ଏହା ପରେ ସେମାନେ ଚିନ୍ତା ରେ ପଡି ଯାଇ ଗ୍ରାମ ର କିଛି ଜଣା ପରିଚିତ ଙ୍କୁ ବାଟ ଖର୍ଚ୍ଚ କୁ ବସ୍ କଣ୍ଡକ୍ଟର ର ଫୋନ ପେ ଜରିଆରେ ପକାଇବା ପାଇଁ କହିଲେ ! ସେହି ଠାରୁ ନିଜ ଗାଁ କୁ ଫେରିଲେ ଓ ଏବେ ଦୟନୀୟ ଅବସ୍ଥା ରେ ଜୀବନ ଯାପନ କରୁଛନ୍ତି ! ଏମାନେ ଜିଲ୍ଲା ପ୍ରଶାସନ ଅନୁରୋଧ କରୁଛନ୍ତି ଜେ ତାଙ୍କୁ ତାଙ୍କ ଉଚିତ ନ୍ୟାୟ ବା ପ୍ରାପ୍ୟ ମିଳିବା ପାଇଁ !

Leave a Reply

Your email address will not be published. Required fields are marked *