ଗଜପତି ଜିଲ୍ଲାରେ ଫେଲ ମାରିଛି ବଳରାମ ଯୋଜନା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପାହାଡ଼ ପର୍ବତ ଘେରା ଅଞ୍ଚଳ ଅଟେ । ଏଠାର ଜୀବନଜୀବିକା କୃଷି ଉପରେ ନିର୍ଭର କରେ । ଏହି ଜିଲ୍ଲାର 7 ଟି ବ୍ଳକରୁ ଚାରୋଟି ବ୍ଳକରେ ଧାନ ଚାଷ ହୋଇଥାଏ । ସରକାର ଚାଷୀଙ୍କ ପାଇଁ ବିଭିନ୍ନ ଯୋଜନା ମାନ କରିଛନ୍ତି , ସେଥି ମଧ୍ୟରୁ ବଳରାମ ଯୋଜନା ଭୂମିହୀନ ବା କ୍ଷୁଦ୍ର ଚାଷୀଙ୍କ ନିମନ୍ତେ ଉପଯୋଗୀ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ଏହା ମନ୍ଥର ଗତିରେ ଚାଲିଛି । ଏହି ଯୋଜନା ବିଷୟରେ ସଚେତନତା ଅଭାବରୁ ଭୂମିହୀନ ବା କ୍ଷୁଦ୍ରଚାଷୀ ଯୋଜନାରୁ ବଞ୍ଚିତ ହୋଇଥିବାର ଅଭିଯୋଗ ହେଉଛି । ଯୋଜନାକୁ ବିଭାଗ ପକ୍ଷରୁ ଅଧିକରୁ ଅଧିକ ପ୍ରଚାର ପ୍ରସାର କରି ସଚେତନତା କରାଇଲେ ପ୍ରକୃତ ହିତାଧିକାରୀ , ଭାଗଚାଷୀ , ଭୂମିହୀନ ଚାଷୀ ଉପକୃତ ହୋଇପାରିବେ ବୋଲି ଆଶା ରଖିଛନ୍ତି । ଏହି ଯୋଜନାର ମୂଳ ଲକ୍ଷ୍ୟ ହେଲା କ୍ଷୁଦ୍ର ଚାଷୀ ବା ଭୂମି ହୀନଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ! ତେଣୁ ଏଥିପ୍ରତି ନୂତନ ସରକାର ଗୁରୁତ୍ୱ ଦେଲେ କ୍ଷୁଦ୍ର ଚାଷୀ , ଭୂମି ହୀନ ଚାଷୀ ଉପକୃତ ହୋଇପାରିବେ !

Leave a Reply

Your email address will not be published. Required fields are marked *