ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମା’ ଭଗବତୀଙ୍କ ପୀଠ ର ସୌନ୍ଦର୍ଯ୍ୟ କରଣ ନାମରେ ଶ୍ରୀ ହୀନ କଲେ ମନ୍ଦିର , ଭାଙ୍ଗି ରୁଜି ଦେଲେ ୮୦ ଲକ୍ଷ ଟଙ୍କାର ପୁରୁଣା ପ୍ରକଳ୍ପ , ପୁତି ଗନ୍ଧମୟ ପରିବେଶ ରେ ଭଗବତୀ ମନ୍ଦିର , ଭକ୍ତ ଙ୍କ ଅସନ୍ତୋଷ ! ସମ୍ପ୍ରତି ଉନ୍ନତି କରଣ ନାମ ରେ ପୁରୁଣା ବହୁମୁଖୀ ଉନ୍ନତି ମୂଳକ ପ୍ରକଳ୍ପ ଗୁଡିକୁ ଭାଙ୍ଗି ରୁଜି ଦେଇ ଲୋକ ମାନଙ୍କୁ ଭୁଆଁ ବୁଲେଇ ଭୋଟ ରାଜନୀତି କରି ଶେଷରେ ଶ୍ରୀ ହୀନ ସ୍ଥିତି କରି ଲୋକ ଙ୍କ ଭାବାବେଗ କୁ କ୍ଷତାକ୍ତ କରିବାର ଚରମ ନିଦର୍ଶନ ଘଟଣା ଦେଖିବାକୁ ମିଳିଛି ବାଣପୁର ର ଆରାଧ୍ୟା ମା ଭଗବତୀ ଙ୍କ ପୀଠରେ । ରାଜ୍ୟ ର ପ୍ରମୁଖ ଓ ପ୍ରାଚୀନ ଶକ୍ତି ପିଠ ବାଣପୁର ର ମା’ ଭଗବତୀଙ୍କ ପୀଠକୁ ୫ ଟି ରେ ସାମିଲ କରି ମନ୍ଦିର ର ଉନ୍ନତି କରଣ ଓ ପୁନଃ ରୁଦ୍ଧାର କରିବା ଲକ୍ଷ ରଖି ପୂର୍ବତନ ଫାଇବ ଟି ସଚିବ ଭି କେ ପାଣ୍ଡିଆନ ଦୁଇଥର ଭଗବତୀ ମନ୍ଦିର ପରିଦର୍ଶନ କରି ଥିଲେ ଏବଂ ତାଙ୍କ ର ନିର୍ଦେଶ ମୁତାବକ ମନ୍ଦିର ଉନ୍ନତି କରଣ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇ ଏହାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରାଯାଇଥିଲା। ଅନୁ ମୋଦନ ଘୋଷଣା ର ୭ ମାସ ବିତି ଯାଇଥଲେ ମଧ୍ୟ କୌଣସି କାର୍ଯ୍ୟ ଆରମ୍ଭ ହୋଇ ନଥିବା ରୁ ବାଣପୁର ର ଜନସାଧାରଣ ଙ୍କ ମଧ୍ୟରେ ନିରାଶ ଏବଂ ସନ୍ଦେହ ସୃଷ୍ଟି ହେବାରେ ଗତ ଡିସେମ୍ବର ମାସ ୧ ତାରିଖ ରେ ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ ଙ୍କ ଦ୍ୱାରା ମା’ ଭଗବତୀଙ୍କ ପୀଠ ର ନବୀକରଣ ପ୍ରକଳ୍ପ ର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ମନ୍ଦିର ର ଉନ୍ନତି କରଣ ଲାଗି ୫ ଟି ରେ ମା ଙ୍କ ପୀଠକୁ ସାମିଲ କରି ନବୀକରଣ ର ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇ ଏଥିରେ ମନ୍ଦିର ପ୍ରବେଶ ଦ୍ୱାର, ଯାତ୍ରୀ ବିଶ୍ରାମା ଗାର, ଭୋଜନାଳୟ, ପାର୍କିଂ ସ୍ଥାନ, ବୈଠକ ଖାନା, ମେଘନାଦ ପାଚେରୀ ର ସମ୍ପ୍ରସାରଣ, ନାଟ ମଣ୍ଡପ, ଜଗନ୍ନାଥ ମନ୍ଦିର ସହ ପାର୍ଶ୍ଵ ଦେବି ଦେବତା ଙ୍କ ମନ୍ଦିର ର ବିକାଶ, ବହୁମୁଖୀ ହଲ ଓ ନଦୀ ଘାଟ ଆଦିର ବିକାଶ ଆଦି ପାଈଁ ମୋଟ ୨୫ କୋଟି ୯୫ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଓଡିଶା ସେତୁ ନିର୍ମାଣ ନିଗମ ଦ୍ୱାରା ୨ ବର୍ଷ ମଧ୍ୟରେ ତଥା ୧୦/୧୨/୨୫ ମସିହା ସୁଦ୍ଧା ଏହି କାର୍ଯ୍ୟ ସଂପାଦନ କରିବାର ଯୋଜନା ରହିଥିଲା ପୀଠର ବିକାଶ ଯୋଜନା କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିବା ପରେ ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ ମା’ ଭଗବତୀଙ୍କ ପୀଠର ନବକଳେବର ପ୍ରକଳ୍ପ ର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଭିତ୍ତି ପ୍ରସ୍ତର ସ୍ଥାପନ ପରେ ନବୀକରଣ ନାମ ରେ ପ୍ରାୟ ୪୫ ଲକ୍ଷ୍ୟ ଟଙ୍କା ବ୍ୟୟ ରେ ଯାତ୍ରୀ ଓ ଶ୍ରଦ୍ଧାଳୁ ଙ୍କ ପାଈଁ ୨୦୧୯ ମସିହାରେ ନିର୍ମାଣ ହୋଇଥିବା ଜନ ସେବା କେନ୍ଦ୍ର, ୧୫ ଲକ୍ଷ ଟଙ୍କା ରେ ନିର୍ମାଣ କରାଯାଇଥିବା ପାନୀୟ ଜଳ ପ୍ରକଳ୍ପ,୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସୁଲଭ ଶୌଚାଳୟ, ୬ ଲକ୍ଷ୍ୟ ଟଙ୍କା ବ୍ୟୟରେ ନିର୍ମିତ ମନ୍ଦିର ପଶ୍ଚିମ ପାର୍ଶ୍ଵ ରାସ୍ତା ଫେବର ବ୍ଲକ ରାସ୍ତା, ମନ୍ଦିର କାର୍ଯ୍ୟାଳୟ, ମାନସିକ ମଣ୍ଡପ, ମୁଆଁ ଘର, ମନ୍ଦିର ଫାଣ୍ଡି କୁ ଅତି ତରବରିଆ ଭାବରେ ଭବିଷ୍ୟତ ନିର୍ମାଣ ର କୌଣସି ରୋଡ଼ ମ୍ୟାପ ନ ରଖି ଶ୍ରଦ୍ଧାଳୁ ଙ୍କ ସର୍ବ ନିମ୍ନ ଆବଶ୍ୟକତା କୁ ଦୃଷ୍ଟି ନ ଦେଇ ସମ୍ପୂର୍ଣ ରୂପେ ଭାଙ୍ଗି ଦିଆଗଲା. ଭିତ୍ତି ପ୍ରସ୍ତର ସ୍ଥାପନ ର ୮ ମାସ ପରେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ନୂଆ ନିର୍ମାଣ ର ଆରମ୍ଭ ହୋଇ ନାହିଁ. ମନ୍ଦିର ପ୍ରବେଶ ଦ୍ୱାର ନିକଟରେ ଦୂଷିତ ପାଣି ଜମି ପୁତି ଗାନ୍ଧାମୟ ପରିବେଶ ରେ ଶ୍ରଦ୍ଧାଳୁ ଙ୍କ ମାଙ୍କ ଦର୍ଶନ କୁ ଯିବା ସମୟର ପୀଡ଼ା ଭକ୍ତ ମାନଙ୍କ ହୃଦୟ କୁ ବ୍ୟଥିତ କରୁଛି, ଏପରି କି ସାଧାରଣ ପରିସ୍ରାଗାର ସୁବିଧା ରୁ ବଂଚିତ ତଥା ମହିଳା ମାନ ଙ୍କ ଅବସ୍ଥା କହିଲେ ନ ସରେ.ପୂଜା ସାମଗ୍ରୀ ବିକ୍ରୟ ଦୋକାନ ଗୁଡିକ ପ୍ରବେଶ ଦ୍ୱାର ଠାରୁ ମନ୍ଦିର ଭିତର ରାସ୍ତା ନିକଟରେ କରାଯିବା ଯୋଗୁଁ ଭକ୍ତ ମାନେ ଆତଯାତ ହେବା ପାଈଁ ମାତ୍ର ୫ ଫୁଟ ର ରାସ୍ତା ସମସ୍ୟା ସୃଷ୍ଟି କରୁଛି. ବାଣପୁର ର ଜନ ସାଧାରଣ ଓ ଅସଂଖ୍ୟ ଭଗବତୀ ପ୍ରେମୀ ନିଜର ଆରାଧ୍ୟା ଭଗବତୀ ମନ୍ଦିର ର ଦୁରବସ୍ଥା ନେଇ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ବାଣପୁର ମାଟିର ସନ୍ତାନ ତଥା ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥିବୀରାଜ ହରିଚନ୍ଦନ ଙ୍କ ଠାରୁ ବହୁତ ଆଶା ଓ ବିଶ୍ୱାସ ରଖିଛନ୍ତି ଯେ ମାଙ୍କ ମନ୍ଦିର ର ପୁନଃ ନିର୍ମାଣ ଓ ସୌନ୍ଦର୍ଯ୍ୟ କରଣ ପ୍ରକ୍ରିୟା କୁ ସରକାରୀ ନାଲିଫିତା ରୁ ମୁକୁଳାଇ ଯଥାରୀତି ସମ୍ପନ୍ନ କରାଇ ବାଣପୁର ର ଟେକ ରଖିବେ ।।
ମା’ ଭଗବତୀଙ୍କ ପୀଠ ର ସୌନ୍ଦର୍ଯ୍ୟକରଣ ନାମରେ ଶ୍ରୀହୀନ କଲେ ମନ୍ଦିର !!!

