ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ବ୍ଲକ ର ପେଣ୍ଠସ୍ଥଳ ପଲଟଣ ଅଟେ ଏହି ସ୍ଥାନ ରେ ଇତିହାସିକ ପଲଟଣ ପଡିଆ ଓ ବାଣପୁର ବ୍ଲକ, ତହସିଲ କାର୍ଯ୍ୟାଳୟ ଓ ସବ ରେଜିଷ୍ଟ୍ରସନ କାର୍ଯ୍ୟାଳୟ ରହିଛି । ବାଣପୁର ର ତିନୋଟି ଯାକ ପ୍ରଶାସନିକ ମୁଖ୍ୟ କାର୍ଯ୍ୟାଳୟ ମାତ୍ର ୫୦ ମିଟର ଦୂରତା ମଧ୍ୟରେ ଗୋଟିଏ ସ୍ଥାନ ରେ ଅବସ୍ଥିତ ହେତୁ ଏହିଠାକୁ ଦୈନିକ ସହ ସହ ଲୋକ ଆତଯାତ ହେଉଥାନ୍ତି । କିନ୍ତୁ ସାମାନ୍ୟ ବର୍ଷା ରେ ସବ ରେଜିଷ୍ଟ୍ରର ଅଫିସ ପାର୍ଶ୍ଵ ର ଅବସ୍ଥା କହିଲେ ନସରେ । ତିନୋଟି ଯାକ କାର୍ଯ୍ୟାଳୟ କୁ ଆସୁଥିବା ଲୋକମାନେ ଏହି ଠାରେ ଥିବା ଏକ ବହୁ ପୁରାତନ ବରଗଛ ମୂଳ ରେ ଥିବା ପିଣ୍ଡି ରେ ଓ ଏହାର ଅଖପାଖ ଖାଲିସ୍ଥାନ ରେ ବିଶ୍ରାମ, ଆଲୋଚନା ଏବଂ ଲେଖା ଲେଖି କରିଥାନ୍ତି । କିନ୍ତୁ ସାମାନ୍ୟ ବର୍ଷା ରେ ଏହି ସ୍ଥାନ ର ସ୍ଥିତି ଜଳାର୍ଣ୍ଣବ ହୋଇ କାଦୁଅ ରେ ପଚ ପଚ ହୋଇଯାଏ । ବର୍ତ୍ତମାନ ଏହି ସ୍ଥାନ ବର୍ଷା ଜଳ ରେ ପୁର୍ଣ ହୋଇ କର୍ଦମାକ୍ତ ହେବା ସଙ୍ଗେ ସଙ୍ଗେ ଯାତାୟାତ ଓ ବ୍ୟବହାର ଉପଯୋଗୀ ହୋଇ ପାରୁନାହିଁ । ଏହି ଠାରେ ଦୀର୍ଘ ଦିନ ଧରି ପାଣି ଓ ଆବର୍ଜନା ଜମି ହ୍ରଦର ଭ୍ରମ ସୃଷ୍ଟି କରିବା ସହ ପୁଟି ଗନ୍ଧ ମୟ ପରିବେଶ ସୃଷ୍ଟି ହେବା ସଙ୍ଗେ ସଙ୍ଗେ ମଶା, ମାଛି ଙ୍କ ନିବାସ ସ୍ଥଳ ପାଲଟିଛି । ଏହା ବାଣପୁର ରେ ଡେଙ୍ଗୁ, ମେଲେରିଆ ର ଏନ୍ତୁଡ଼ିସାଳ ପାଲଟିଛି । ସମସ୍ତ ପ୍ରଶାସନିକ ଅଧିକାରୀ ଏହି ନିଜ ନିଜ କାର୍ଯ୍ୟାଳୟ କୁ ଯାଉଥିବା ବେଳେ ଏହି ପରିବେଶ କୁ ଦେଖି ନ ଦେଖିଲା ପରି ସାଧାରଣ ଙ୍କ ଦୁର୍ଦଶା କୁ ସତେ ଯେପରି ତାସ୍ଥଲ୍ୟ କରୁଥିବା ର ଅନୁଭବ ହେଉଛି । ତେଣୁ ଏହି ସ୍ଥାନ କୁ ଏହି ବର୍ଷା ଦିନରେ ଫେଭେର ବ୍ଲକ ପକାଯାଇ ଚଳପ୍ରଚଳ ଓ ବ୍ୟବହାର ଉପଯୋଗୀ କରାଯିବା ପାଈଁ ପ୍ରଶାସନ ଦୃଷ୍ଟି ଦେଲେ ଦୂଷିତ ପରିବେଷଣ ଦୂର ହୋଇ ଡେଙ୍ଗୁ,ମେଲେରିଆ ଭଳି ରୋଗ ଠାରୁ ଏଠାକୁ ଆସୁଥିବା ଜନସାଧାରଣ ମୁକ୍ତି ପାଇ ପାରନ୍ତେ ।।
ଡେଙ୍ଗୁ କୁ ନିମନ୍ତ୍ରଣ ଦେଉଛି ବାଣପୁର ପଲଟଣ ପଡ଼ିଆ !!!

