ଅଟଳ ବିହାରୀ ବାଜପେୟୀ ଙ୍କର ସପ୍ତମ ବାର୍ଷିକ ଶ୍ରାଦ୍ଧ ଉତ୍ସବ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିର୍ବାଚନ ମଣ୍ଡଳୀର କଳାପଥର କପିଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବରିଷ୍ଠ ବିଜେପି ନେତା ସୁବଳ ବେହେରାଙ୍କ ସଭାପତିତ୍ୱରେ ପ୍ରବାଦ ପୁରୁଷ ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳବିହାରୀ ବାଜପେୟୀ ଙ୍କର ସପ୍ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ଶୁଭ୍ରାଂଶୁ ମୋହନ ପାଢ଼ୀ, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ଅଜୟ କୁମାର ସ୍ୱାଇଁ, ବରିଷ୍ଠ ନେତା ନିତ୍ୟାନନ୍ଦ ସାହୁ, କଟକ ଜିଲ୍ଲାର ପୂର୍ଵତନ ଜିଲ୍ଲା ସଂପାଦକ ସିଦ୍ଧେଶ୍ଵର ପାଇକରାଏ, କଳାପଥର ମଣ୍ଡଳର ସାଧାରଣ ସମ୍ପାଦକ ସୁରେନ୍ଦ୍ର ବିଶ୍ୱାଳ ପ୍ରମୂଖ ଉପସ୍ଥିତ ରହି ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କର ମନ୍ତ୍ରମୁଗ୍ଧ ଗୁଣଗାନ କରି କାର୍ଯ୍ୟକର୍ତାଙ୍କ ମନରେ ପ୍ରେରଣା ଜାଗ୍ରତ କରାଇଥିଲେ । ସଚ୍ଚା ରାଷ୍ଟ୍ର ଭକ୍ତ ବନିବାକୁ ହେଲେ ବାଜପେୟୀ ଙ୍କର ଜୀବନ ଦର୍ଶନ କୁ ମନେ ପକାଇ କାର୍ଯ୍ୟକର୍ତ୍ତାଙ୍କ ପାଖକୁ ଗଲେ ଅରାଷ୍ଟ୍ରୀୟ ଶକ୍ତିର ବିନାଶ ହେବ। ରାଜ୍ୟ ଓଡିଶା ଓ ଭାରତ ବର୍ଷରେ ଆଜି ସୁଶାସନ ପ୍ରତିଷ୍ଠା ବିକଶିତ ସମାଜ ଗଠନ ରେ ବାଜପେୟୀଙ୍କ ନୀତି ଆଦର୍ଶ କଥା ମନେ ପଡେ । ଏହି କାର୍ଯ୍ୟକ୍ରମ ରେ ପୁରାତନ କାର୍ଯ୍ୟକର୍ତ୍ତା କବିର ପ୍ରଧାନ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିବା ବେଳେ କଳାପଥର ମଣ୍ଡଳ ସଭାପତି ସୁବ୍ରତ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । ଦିଲ୍ଲୀପ ଫତେସିଂ , ଶରତ ରାଉତ ରାଏ, ମଦନ ମୋହନ ରାଉତ, ଚନ୍ଦନ କୁମାର ନାୟକ, ବିଜେପି ଯୁବନେତା ସୁବାଷ ଚନ୍ଦ୍ର ଦଳେଇ, ରେଣୁକା ରଣା, ପଦ୍ମନାଭ ବେହେରା, ରମାକାନ୍ତ ସାହୁଙ୍କ ସମେତ ବହୁ ପୁରାତନ କାର୍ଯ୍ୟକର୍ତ୍ତା ଶ୍ରାଦ୍ଧ ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଚିତ୍ତରଞ୍ଜନ ସାହୁ ସ୍ବର୍ଗତ ବାଜପେୟୀ ଙ୍କର ଅମ୍ଲାନ ସ୍ମୁତି ଅମର ରହେ, ଅମର ରହେ, ଅମର ରହେ ନାରା ଦେଇ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *