ଇଣ୍ଡିଆନ ରିଜର୍ଭ ବାଟାଲିୟନ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ସ୍ଥିତ ଥାର୍ଡ ଇଣ୍ଡିଆନ ରିଜର୍ଭ ବାଟାଲିୟନ ପରିସରରେ ସ୍ୱାଧୀନତା ଦିବସ ପାଳନ କରାଯିବା ସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୮ ଜଣ ଯବାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ଯବାନ ମାନଙ୍କ ପକ୍ଷରୁ ଅନୁଷ୍ଠିତ ପ୍ୟାରେଡରେ ବାଟାଲିୟନ ଦୂର୍ଗପତି ଲୋଚନ ପଶାୟତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଉପ ଦୂର୍ଗପତି ସନ୍ତୋଷ କୁମାର ଦଣ୍ଡସେଣା, ସହକାରୀ ଦୂର୍ଗପତି ରମେଶ ଖଟୁଆ, ନରେଶ ବେହେରା, ଇନ୍ସପେକ୍ଟର ସିଦ୍ଧେଶ୍ୱର ପ୍ରଧାନ, ଭାଗ୍ୟଧର ଜେନା, ନୃସିଂହ ଚରଣ ଦାସ, ଖିତିସ ଖଟୁଆ, ଏସ ଆଇ ବିବେକାନନ୍ଦ ପାଢ଼ୀ, ମନୋଜ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ। ଏହି ବାଟାଲିୟନରେ କାର୍ଯ୍ୟରତ ରଞ୍ଜନ କୁମାର ସାହୁ, ସୁବାସ ଚନ୍ଦ୍ର ସେଠୀ, ୟାଦବ କୁମାର ନାୟକ, ରୋହିତ କୁମାର ମଲ୍ଲିକ, ମନ୍ମଥ ନାୟକ, ଭରତ କାଣ୍ଡି, ଆଶିଷ କୁମାର ଦାସ ଓ ସଞ୍ଜୟ କୁମାର ସ୍ବାଇଁଙ୍କୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ଦୂର୍ଗପତି ଲୋଚନ ପଶାୟତ ପୁରସ୍କୃତ କରିଥିଲେ।

Leave a Reply

Your email address will not be published. Required fields are marked *