ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀରେ ସଡକ ଦୁର୍ଘଟଣା । ସୂଚନା ଅନୁଯାୟୀ କଟକ ରୁ ପତନୀ ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍ ଶ୍ରୀ ଚୈତନ୍ୟ ନାମକ ଘରୋଇ ବସ୍ ବାଙ୍କୀ ବଜାରରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ଥ ହୋଇଛି । ଏହି ଦୁର୍ଘଟଣା ରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ କିଛି ଯାତ୍ରୀ ଆହତ ହୋଇ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଏଥିରେ ସ୍ଥାନୀୟ ରଣପୁର ଅଞ୍ଚଳର ଜଣେ ଯୁବକ ଚକା ତଳେ ପଡି ମୃତ୍ୟୁ ବରଣ କରିଛନ୍ତି । ବାଙ୍କୀରେ ସ୍ଥାୟୀ ପାର୍କିଂ ବ୍ୟବସ୍ଥା ନଥିବାରୁ ଏପରି ଘଟଣା ପ୍ରାୟ ସମୟରେ ଘଟୁଛି । ଏହାକୁ ନେଇ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣ ରେ ଦାବି ହେଉଛି ।
ପାର୍କିଙ୍ଗ ବ୍ୟବସ୍ଥା ନଥିବାରୁ ବଢୁଛି ଦୁର୍ଘଟଣା !!!

