ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପଖଣ୍ଡ ବେତାଗୁଡ଼ା ସ୍ଥିତ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ “ଜାତୀୟ ମହାକାଶ ଦିବସ” ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତବର୍ଷ ଅଗଷ୍ଟ ୨୩ ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଭାରତର ଚନ୍ଦ୍ରଯାନ-୩ ପହଞ୍ଚିଥିଲା । ଏହା ଭାରତୀୟ ମହାକାଶ ଇତିହାସର ଏକ ସ୍ୱର୍ଣିମ୍ ଦିବସ ଥିଲା । ତେଣୁ ଏହି ଦିନରେ ପ୍ରତିବର୍ଷ ରାଷ୍ଟ୍ରୀୟ ମହାକାଶ ଦିବସ ଭାବେ ପାଳନ କରାଯିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିଲା । ମୁଖ୍ୟତଃ ଏହା ଭାରତୀୟ ନାଗରିକ ଓ ବୈଜ୍ଞାନିକଙ୍କ ମଧ୍ୟରେ ମହାକାଶ ଅଭିଯାନ ଦୃଷ୍ଟିଭଙ୍ଗିକୁ ଅଧିକ ବ୍ୟାପକ କରିବା ଆଶା ରହିଛି । ଦେଶବ୍ୟାପୀ ପ୍ରଥମ କରି ଏହି ରାଷ୍ଟ୍ରୀୟ ମହାକାଶ ଦିବସ ପାଳନ କରା ଯାଉଥିବା ବେଳେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଥିବା ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି ।
ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ “ଜାତୀୟ ମହାକାଶ ଦିବସ” ପାଳନ !!!

