ମେଲଚ୍ଛାମୁଣ୍ଡା ସରସ୍ବତୀ ଶିଶୁମନ୍ଦିର ଛାତ୍ର ଛାତ୍ରୀ ଙ୍କ କୃତିତ୍ୱ ହାସଲ !!!

Spread the love

ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ମେଲଚ୍ଛାମୁଣ୍ଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ତିନି ଜଣ ଛାତ୍ର ଛାତ୍ରୀ ଶିକ୍ଷା ବିକାଶ ସମିତି ଓଡିଶା ସରକାର ଙ୍କ ଯୋଜନା ଅନୁସାରେ ବୀରମିତ୍ରପୁର ଠାରେ ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି କୃତିତ୍ୱ ହାସଲ କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା କୁ ଉନ୍ନୀତ ହୋଇଛନ୍ତି ! ଏମାନେ ହେଲେ ଛାତ୍ର ଉତ୍କଳ ମହାପାତ୍ର, ଛାତ୍ରୀ ସ୍ନେହାରାଣୀ ସାହୁ, ଏବଂ ତୃପ୍ତିମୟୀ ବେହେରା ! ଏହି ପ୍ରତିଯୋଗିତା ରେ ପଶ୍ଚିମାଞ୍ଚଳ ର ପାଞ୍ଚ ଟି ଜିଲ୍ଲା ରୁ ବହୁତ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ! ଏହି ସଫଳତା ଦ୍ୱାରା ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅଭିଭାବକ ମାନେ ଖୁସି ବ୍ୟକ୍ତ କରିଛନ୍ତି !

Leave a Reply

Your email address will not be published. Required fields are marked *