ଚିନ୍ମୟ ଫାଉଣ୍ଡେସନର ୮୯୮ ଦିନର କରୋନା ସଚେତନତା ଓ କିଟ୍ ବଣ୍ଟନ : ପଶ୍ଚିମ ଓଡ଼ିଶାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କଲେ କଳାକାର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆଜକୁ ଦୀର୍ଘ ୮୯୮ ଦିନ ଧରି ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ୍ ପକ୍ଷରୁ ନିରବଚ୍ଛିନ୍ନ ପ୍ରକ୍ରିୟାରେ ମହାମାରୀ କରୋନା ସଚେତନତା କାର୍ଯ୍ୟକ୍ରମ ଜାରୀ ରହିଛି । ଫାଉଣ୍ଡେସନ୍ ପକ୍ଷରୁ ବିଭିନ୍ନ କରୋନା ସଚେତନ ଧର୍ମୀ ପଥପ୍ରାନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ, ଗଣପତି ପୂଜନ ଆଦି କାର୍ଯ୍ୟକ୍ରମରେ ସାମାଜିକ ଦୂରତା ରକ୍ଷା, ମାକ୍ସ ଓ ସାନିଟାଇଜର ବ୍ୟବହାର ଆଦି ସମ୍ପର୍କରେ ସଚେତନ କରାଯାଉଥିବାର ଦେଖିବାକୁ ମିଳିଛି । ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲାର ସଂଯୋଜକ କମଳ ଚଣ୍ଡି, ଦୁର୍ବଳ ମାଝୀ, ନିକୁଞ୍ଜ ଚଣ୍ଡି , ପଦ୍ମନାଭ ମାଝୀ, ରତ୍ନାକର ନାଗ, କଷ୍ଟି ଭଏସାଲ, ପଦ୍ମଲୋଚନ ଭଏସାଲ, ହରିଶ୍ଚନ୍ଦ୍ର ବାଣୁଆ, ପ୍ରଭାକର ଚଣ୍ଡି, ଗଜେନ୍ଦ୍ର ଭଏସାଲ, ସୁନାଧର ଭଏସାଲ, ମାଧବ ନାଗ, ମାଧବ ବାଗ, ଡମ୍ବରୁଧର ନାଗ, ଅକୃର ମାଝୀ, ବଳଦେବ ଶବର, ଦାମୋଦର ଘି, ଲକ୍ଷ୍ମଣ ମାଝୀ, କର୍ଣ୍ଣେଶ୍ୱର ପଟେଲ, ଗିରିଧାରୀ ମାଝୀ ଆଦି ପଶ୍ଚିମ ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ସମ୍ବଲପୁର ସମେତ ବିଭିନ୍ନ ଜିଲ୍ଲା ବୁଲି ବୁଲି ଗଣେଶ ପୂଜା ଠାରୁ ସାପ୍ତାହିକ ଏହି ସଚେତନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଏହାସହ ଲୋକମାନଙ୍କୁ କରୋନା କିଟ୍ ବଣ୍ଟନ କରାଯାଉଥିବାର ଦେଖିବାକୁ ମିଳିଛି । ସେହିପରି ଫାଉଣ୍ଡେସନର କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ ସଂଯୋଜକ ମାଷ୍ଟର ମିହିର କୁମାରଙ୍କ ନେତୃତ୍ୱରେ ଯାଜପୁର ଜିଲ୍ଲାର ଦଶରଥପୁର ଅଞ୍ଚଳରେ ବିଭିନ୍ନ ସ୍ଥାନ ବୁଲି ବୁଲି ଗରିବ ଅସହାୟ,ପାଗଳା ପାଗିଳି ଆଦିଙ୍କୁ ଖାଦ୍ୟ, ବସ୍ତ୍ର, ଶୁଦ୍ଧ ପାନୀୟ ଜଳ ସହ ମାକ୍ସ, ସାବୁନ, ସାନିଟାଇଜର, ଓ.ଆର.ଏସ, ହ୍ୟାଣ୍ଡ ଗ୍ଲୋବ୍ସ ଆଦି ପ୍ରଦାନ କରୁଥିବାର ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *