ପବିତ୍ର ଜନ୍ମାଷ୍ଟମୀ ଅବସରରେ କୃଷ୍ଣ ବଳରାମ ଅବତାର ଦେଖିବାକୁ ଭକ୍ତଙ୍କ ସମାଗମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଠାକୁରଙ୍କ କୃଷ୍ଣ ବଳରାମ ଅବତାର ସହ ସନ୍ଧ୍ୟା ଆଳତି ଦର୍ଶନ କରିବା ସକାଶେ ଭକ୍ତଙ୍କ ସମାଗମ ହୋଇଥିଲା । ମନ୍ଦିର ପରିସର ରେ ଭଜନ ସଙ୍କୀର୍ତ୍ତନ ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଭକ୍ତମାନେ ନଡିଆ କଦଳୀ ଦୀପ ଧୂପ ଧରି ପୂଜାର୍ଚ୍ଚନା କରିଥିଲେ । ସଂସ୍କୃତି ପରମ୍ପରାକୁ ବଜାୟ ରଖିବା ପାଇଁଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରାଧାକୃଷ୍ଣଙ୍କ ବେଶରେ କୁନିକୁନି ଛୁଆଙ୍କୁ ସଜ୍ଜିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *