ଢେଙ୍କାନାଳ ବାସୀ ଆଗ୍ରହର ସହ ପାଳିଲେ ହନୁମାନ ଜୟନ୍ତୀ !!

0
287

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳରେ ଆନନ୍ଦ ଉଲ୍ଲାସର ସହିତ ପଣାସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳନ କରାଯାଇଛି । ସ୍ଥାନୀୟ ବସଷ୍ଟାଣ୍ଡ ର ହନୁମାନ ବାଟିକା, ମହାବୀର ବଜାର ର ହନୁମାନ ମନ୍ଦିର, ମିନା ବଜାର ସ୍ଥିତ ହନୁମାନ ମନ୍ଦିର, ଯଉଁଳି ପୋଖରୀ ମଠ, ଆନନ୍ଦ ବଜାର ଇତ୍ୟାଦି ସ୍ଥାନରେ ଆଗ୍ରହ ଉତ୍ସାହର ସହ ହନୁମାନ ଜୟନ୍ତୀ ପାଳିତ ହୋଇଛି . ହନୁମାନଙ୍କୁ ରାଶିତେଲ ଓ ସିନ୍ଦୁରରେ ମାଜଣ କରି ନୂତନ ବସ୍ତ୍ର ପରିଧାନ କରାଇବା ପରେ ରୀତିନୀତି ଅନୁସାରେ ପୂଜାର୍ଚନା କରାଯାଇ ଓଡିଆ ନୂତନବର୍ଷ ପାଳନ କରାଯାଇଅଛି । ଏଥି ସହ ହନୁମାନଙ୍କର ଯଜ୍ଞ ଓ ହନୁମାନ ଚାଲିସା ପାଠ ର ଆୟୋଜନ ହୋଇଥିଲା । ମହାବିଷୁବ ସଂକ୍ରାନ୍ତି କୁ ଓଡିଶା ବାସୀ ବଡ ଉତ୍କଣ୍ଠା ଓ ଆଗ୍ରହ ର ସହ ଓଡ଼ିଆ ନବ ବର୍ଷ ଭାବରେ ପାଳନ କରିବା ସହ ଘରେ ଘରେ ପଣା କରି ଆଗ୍ରହ ର ସହ ପାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here