ସତ୍ୟବାଦୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣାସ ବ୍ଲକ ଗଡ଼ସାନପୁଟ ଗ୍ରାମର ଛୋଟିଯୋଡ଼ି ଗ୍ରାମର ଆରମ୍ଭରୁ ମାଆ ଜାଗୁଳେଇଙ୍କ ମନ୍ଦିର ଯିବାକୁ ରାସ୍ତାରେ ଦୀର୍ଘ ୨ କିଲୋମିଟର ପର୍ଯ୍ୟନ୍ତ ନାହିଁ ପକ୍କା ରାସ୍ତା, ସାମାନ୍ୟ ବର୍ଷା, ପଙ୍କ କାଦୁଅରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ପ୍ରତିଦିନ ଏହି ରାସ୍ତା ଦେଇ ପ୍ରାୟ ୪୦୦ରୁ ଉର୍ଦ୍ଧ୍ବ ଲୋକ ଯିବା ଆସିବା କରୁଥିବାବେଳେ ଏ ରାସ୍ତାରେ କୁଆଡେ ମୋରମ ପଡିଥିଲା ଓ bill ହୋଇଥିଲା, ଏପରିକି ଏହି ରାସ୍ତାନିର୍ମାଣ ପାଇଁ କୁଆଡେ ନାମିଦାମୀ ଯନ୍ତ୍ରୀ ଓ ସୁନାମଧନ୍ୟ ଠିକାଦାର ମଧ୍ୟ ନିଯୁକ୍ତି ପାଇଥିଲେ ବୋଲି କହିଥିଲେ ଗ୍ରାମବାସୀ । ମାତ୍ର ଦୁଃଖ ଓ ପରିତାପର ବିଷୟ ଏହା ଯେ ଖଣିରେ ଭରପୂର ଥିବା କଣାସ ଅଞ୍ଚଳରେ କୁଆଡେ ରାସ୍ତା ନିର୍ମାଣ ସାମଗ୍ରୀ ଯଥା ମୋରମ ଓ ମେଟାଲର ଅଭାବ ଓ ଅହେତୁକ ଦରବୃଦ୍ଧି ଯୋଗୁଁ ବ୍ୟୟ ବରାଦ ଅଟକଳ କଥା ଭାବିଦେଇ ଛାନିଆ ହୋଇ ବହୁ ଦୂରକୁ ଚାଲିଯାଇଛନ୍ତି ସମ୍ପୃକ୍ତ ଠିକାଦାର, ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଜନତା । ତେବେ ଏ ସମ୍ପର୍କରେ ଆମ ପ୍ରତିନିଧି ପହଞ୍ଚିଥିଲେ ସରପଞ୍ଚ ଶର୍ମିଷ୍ଠା ଛୁଆଳସିଂ,ଏବଂ ସମିତିସଭ୍ୟ ବିଜୟଲକ୍ଷ୍ମୀ ପରିଡାଙ୍କ ପାଖେ । ଏ ସମ୍ପର୍କରେ ସମିଟିସଭ୍ୟ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିବାକୁ କୁଣ୍ଠାବୋଧ କରିଥିବାବେଳେ, ସରପଞ୍ଚଙ୍କ ସ୍ୱାମୀ ,,, ପ୍ରବଳ ଦରବୃଦ୍ଧି ଓ ବର୍ଷା ଋତୁ ଯୋଗୁଁ କାମ କୁଆଡେ ଅସମ୍ଭବ ବୋଲି ପ୍ରତିକ୍ରିୟା ରଖିଛନ୍ତି । ଏ ସମ୍ପର୍କରେ କଣାସ Bdo ନାରାୟଣ ସାହୁଙ୍କୁ ପଚାରିବାରୁ ଏହା ବୋଧହୁଏ Rd ବିଭାଗ କାମ ହୋଇଥାଇପାରେ ବୋଲି ଦ୍ଵନ୍ଦରେ ଥିବାବେଳେ , RD ବିଭାଗ JE ସୁନୀଲ ରଥ ଫୋନ ମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ କି,,, ହଁ ବର୍ଷାଦିନ ଯୋଗୁଁ କାମ ଅଟକିଛି ,ଏବଂ ଗଡ଼ସାନପୁଟ ଲୋକ ପଙ୍କ କାଦୁଅ ଭରା ରାସ୍ତାରେ ନଯାଇ , ଅନ୍ୟ ଏକ ବିକଳ୍ପ ରାସ୍ତା ଚୟନ କଲେ ପ୍ରଶାସନକୁ ସହଯୋଗ କରିପାରନ୍ତେ ବୋଲି ଫୋନ ଯୋଗେ ବାର୍ତାଳାପ କରିଥିଲେ, ତେବେ ଦେଖିବାକୁ ବାକି ରହିଲା , ବିଧାୟକଙ୍କ ଗ୍ରାମବାସୀଙ୍କ ଏସବୁ ଅସୁବିଧା କେବେ ହେବ ଦୂର ଏବଂ ଏହି ରାସ୍ତା କେବେ ହେବ ସମ୍ପୂର୍ଣ୍ଣ !
ନେତାଙ୍କ ଗାଁକୁ ନାହିଁ ରାସ୍ତା : ଅଭିଯୋଗ ଆଣିଲେ ଗ୍ରାମବାସୀ !!!

