ଜିଲ୍ଲା ମତ୍ସ୍ୟ ବିଭାଗର କର୍ମଚାରୀଙ୍କ ବଦଳି କେବେ ???

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ମତ୍ସ୍ୟ ବିଭାଗର କାର୍ଯ୍ୟରତ କର୍ମଚାରୀଙ୍କ ବଦଳି କେବେ ? ଏଠାରେ ଦିର୍ଘ ତିନି ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ପୁଣି ପ୍ରୋମସନ ପାଇ ଏଠାରେ ସ୍ଥାୟୀ ହୋଇ ରହିଛନ୍ତି । ଜିଲ୍ଲା ମତ୍ସ୍ୟ ଅଧିକାରୀ ନଥିବାରୁ ଅତିରିକ୍ତ ମତ୍ସ୍ୟ ଅଧିକାରୀ ଦୀର୍ଘ ଦିନ ହେଲା ଜିଲ୍ଲା ମତ୍ସ୍ୟ ଅଧିକାରୀ ଦାୟିତ୍ବ ତୁଲାଉଛନ୍ତି ! ତୁରନ୍ତ ସ୍ଥ।ୟି ଜିଲ୍ଲା ମତ୍ସ୍ୟ ଅଧିକାରୀ ଯୋଗଦାନ କଲେ ଚାଷୀ ଉପକୃତ ହୋଇ ପାରିବେ ଓ ନୂତନ ସରକାର ଖାଲି ପଡ଼ିଥିବା ପଦଵୀ ସହ ସ୍ୱଚ୍ଛତା ଦୃଷ୍ଟି ରୁ ଦୀର୍ଘ ଦିନ କାର୍ଯ୍ୟରତ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରି ନୂତନ କର୍ମଚାରୀ ଯୋଗଦାନ କରିଲେ ଜିଲ୍ଲାର ବିକାଶ ହୋଇ ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *