ବାଙ୍କୀ ରେ ୫୮ ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବିଜ୍ଞାପିତ ଅଂଚଳ ପରିଷଦ ବାଙ୍କୀ ପକ୍ଷରୁ ବଡ ଧୁମ ଧାମ ରେ ପାଳିତ ହେଲା ୫୮ ତମ ସ୍ୱାୟତ୍ତ ଶାସନ ଦିବସ ! ସ୍ଥାନୀୟ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥିବେ ଯୋଗଦେଇ ୨୬ ଟି ଲୋକାଭିମୁଖୀ ପ୍ରକଳ୍ପ ଉଦ୍ଘାଟନ କରିଥିବା ବେଳେ ୩ ଶହ ସଂଖ୍ୟା ବିଶିଷ୍ଟ ବହୁମୁଖୀ ଗୃହ ଓ କଲ୍ୟାଣୀ ମଣ୍ଡପ ର ଭୂମି ପୂଜନ ସହିତ ଅକ୍ଷୟ ମାର୍ଗ ଠାରେ ଅତ୍ୟାଧୁନିକ ସ୍ମାଟ ପାର୍କ ର ଶିଳାନ୍ୟାସ କରିଛନ୍ତି ! ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ମହାରଣା ବଗିଚା ଠାରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା ! ଏନଏସି ର ମୌଳିକ ବିକାଶର ଧାରା କୁ ଆଉ ଦୁଇ ପାଦେ ଆଗେଇ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କର୍ମଚାରୀ ଓ ପଦାଧିକାରୀ ଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ କିଭଳି ଏନଏସି କୁ ଓଡିଶା ମାନଚିତ୍ର ମଧ୍ୟରେ ନିଜର ସ୍ୱତନ୍ତ୍ର ପରିଚୟକୁ ପୂର୍ବ ଭଳି ବଜାୟ ରଖିବା ଏବଂ ପ୍ରତ୍ୟକ ଟି କର୍ମଚାରୀ ନିଷ୍ଠାପର ଭାବେ ନିଜର ଦାଇତ୍ୱ ନିର୍ବାହ କରିବାକୁ ମଞ୍ଚ ରୁ ଆହ୍ୱାନ ଦେଇଛନ୍ତି ନଗରପାଳ ମାଣିକ ସାହୁ ! ଚଳିତ ବର୍ଷ ସହରାଞ୍ଚଳ ଅଧିବାସୀ ଙ୍କ ସ୍ୱାର୍ଥ କୁ ଦୃଷ୍ଟି ରେ ରଖି ପ୍ରଥମ କରି ଆରମ୍ଭ ହେବ ରାତିରେ ଅଳିଆ ଆବର୍ଜନା ସଫା ସୁତୁରା କାମ ! ପରିବେଶ କୁ ସ୍ୱଛ ରଖିବା ପାଇଁ ନୂଆ କରି ସଫେଇ କାମ ରେ ନିୟୋଜିତ ହେବ ୪ ଗୋଟି ନୂତନ ଆଧୁନିକ ଅଳିଆ ସଫା ଗାଡି ! ଯାହାକୁ ପତାକା ଦେଖାଇ ଉଦଘାଟନ କରିଛନ୍ତି ବିଧାୟକ ଓ ନଗରପାଳ !

Leave a Reply

Your email address will not be published. Required fields are marked *