ଅଡୁଆରେ ପଡିଗଲେ ଟାଟା ପାୱାର ଜିଆରଏଫ ସଭାପତି ବାଣୀଭୂଷଣ ମହାନ୍ତି !!!

0
164
Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ଅଡୁଆରେ ପଡିଗଲେ ଟାଟା ପାୱାର ଜିଆରଏଫ ସଭାପତି ବାଣୀଭୂଷଣ ମହାନ୍ତି ! କାଗଜପତ୍ର ତନଖି ନକରି ଭଡାଟିଆ ଙ୍କୁ ବିଦ୍ୟୁତ ସଂଯୋଗ ପାଇଁ ଦେଇଥିଲେ ଅନୁମତି ! ଗୃହ ମାଲିକ ଏହାର ବିରୋଧ କରିବାରୁ , ପୁଲିସ ଉପସ୍ଥିତିରେ ବିଦ୍ୟୁତ ସଂଯୋଗ ପାଇଁ କରିଥିଲେ ଅନୁମୋଦନ ! ଖଣ୍ଡଗିରି ଥାନା ଜାଗମରା ଅଂଚଳର ଏହି ଘଟଣା କୁ ନେଇ ସେତେବେଳେ ଖବର ପ୍ରସାରଣ କରିଥିଲୁ ଆମେ ! ତେବେ ଆମକୁ ମଧ୍ୟ ମାନହାନି ମକଦ୍ଦମା କରିବାର ଧମକ ଦେଇଥିଲେ ! ବିକ୍ରି ପାଇଁ ଚୁକ୍ତି ନାମା ର ଫରଜୀ କାଗଜ ଦେଖାଇ ତିନି ମହଲା ଘର ମାଡି ବସିଛନ୍ତି ଜଣେ ପୁଲିସ ବାବୁ ଙ୍କ ସ୍ତ୍ରୀ ! ଏପରିକି ସେହି କାଗଜକୁ ଆଧାର କରି ବେଆଇନ ବିଦ୍ୟୁତ ସଂଯୋଗ ମଧ୍ୟ କରାଇ ନେଇଥିଲେ ! ହେଲେ ଏବେ ସାମନାକୁ ଆସିଲା ସତ , ଖଣ୍ଡଗିରି ଉପ ନିବନ୍ଧକ ସେହି ଚୁକ୍ତି ନାମା କୁ ଖାରଜ କରି ଦେଇଛନ୍ତି ! ଏବେ କଣ କରିବେ ବାଣୀ ଭୂଷଣ ମହାନ୍ତି ! କେଉଁ ଆଧାରରେ ଭଡାଟିଆ ଙ୍କୁ ଦେଇଥିଲେ ଅନୁମତି ! ଏପରିକି ସେହି ଘଟଣା ନେଇ ତାଙ୍କ ନାମରେ ନୟାପଲ୍ଲୀ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି !

LEAVE A REPLY

Please enter your comment!
Please enter your name here