ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସେଞ୍ଚୁରିଆନ ୟୁନିଭର୍ସସିଟି ଅଫ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (ସି ୟୁ ଟିଏମ୍) ଆପଣଙ୍କୁ ଗର୍ବର ସହିତ ଜଣାଉଅଛି ଯେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଏବଂ ଅପରେସନାଲ ରିସର୍ଚ୍ଚ ସୋସାଇଟି ଅଫ ଇଣ୍ଡିଆ, ଭୁବନେଶ୍ୱର ଶାଖାର ମିଳିତ ଆନୁକୂଲ୍ୟରେ ବିକଶତି ଭାରତ ଦୀର୍ଘସ୍ଥାୟୀ ଉନ୍ନତି ପାଇଁ ନୂତନ ବ୍ୟବସାୟ କୃଷି, ପ୍ରଯୁକ୍ତି ବିଦ୍ୟା ଏବଂ ଉତ୍ସ ପରିଚାଳନା”ବିଷୟରେ ଏକ ଆନ୍ତଃର୍ଜାତୀୟ ସମ୍ମଳନି, ଚଳିତ ସେପ୍ଟେମ୍ବର ମାସ ୨୬ ଓ ୨୭ ତାରିଖରେ ପାରଳାଖେମୁଣ୍ଡି କ୍ୟାମ୍ପସରେ ଆୟୋଜିତ ହେବାକୁ ଯାଉଛି।ଏହି ସମ୍ମିଳନି ଭାରତର ଦୀର୍ଘସ୍ଥାୟୀ ବିକାଶ ସମ୍ପର୍କିତ ସାମ୍ପ୍ରତିକ ଦୃଷ୍ଟି କୋଣ ସହିତ ସମନ୍ୱୟ ରଖୁଛି।ଏହି ସମ୍ମିଳନି ପାଇଁ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ (ସିୟୁଟିଏମ୍)ର କୁଳପତି,ପ୍ରଫେସର (ଡ଼ଃ) ସୁପ୍ରିୟା ପଟ୍ଟନାୟକ ଆଶାବାଦି ହୋଇ କହିଛନ୍ତି ଯେ”ଏହି ସମ୍ମିଳନି ପାଇଁ ଜ୍ଞାନ ଏବଂ ଭାବନାର ଆଦାନ-ପ୍ରଦାନ ଦିଗରେ ଏକ ମୂଲ୍ୟବାନ ମଞ୍ଚ ଅଟେ। ଏହା ଭାରତକୁ ଏକ ସ୍ଥାୟୀ ଏବଂ ସମୃଦ୍ଧ ଭବିଷ୍ୟତ ଦିଗରେ ଦିଗଦର୍ଶନ ପ୍ରଦାନ କରିବ।ଏହି ଐତିହାସିକ ସମ୍ମିଳନିର ଲକ୍ଷ୍ୟ ହେଉଛି ଭାରତର ସ୍ଥାୟୀ ଉନ୍ନତି ଲକ୍ଷ୍ୟ ଗୁଡିକ ହାସଲ ପାଇଁ ନୂତନ କୌଶଳ ଗୁଡିକର ଅନ୍ୱେଷଣ କରିବା ନିମନ୍ତେ,ଚିନ୍ତାଦାୟକ ଶିଳ୍ପ ବିସେଷଜ୍ଞ, ଏନଜିଓ, ଗବେଷକ, ଛାତ୍ର ଏବଂ ନିତି ନିର୍ଦ୍ଦେଶକମାନଙ୍କୁ ଏକତ୍ର କରିବା। ଏହା ବିକଶିତ-ଭାରତ@୨୦୪୭ ରାଷ୍ଟ୍ରୀୟ ଏଜେଣ୍ଡାକୁ ସମର୍ଥନ କରିବା ପାଇଁ ଏକ ବିଶ୍ୱସ୍ତରୀୟ ମଞ୍ଚ ପ୍ରଦାନ କରିବାରେ ଏକ ଅନନ୍ୟ ସୁଯୋଗ ହେବ। ଏହି ସମ୍ମିଳନିର ବିଶେଷ ଆକର୍ଷଣ ହେଉଛି ବହୁ ଚର୍ଚ୍ଚିତ ବ୍ୟକ୍ତି ବିଶେଷମାନଙ୍କର ଅଧିବେଶନ ଏବଂ ଅଭିଭାଷଣ, ଚର୍ଚ୍ଚା ଏବଂ ଟେଲର ଏଣ୍ଡ ଫ୍ର।ନ୍ସିସ ଗ୍ରୁପ ଦ୍ୱାରା ନିର୍ବାଚିତ ଗବେଷଣା ସନ୍ଦର୍ଭ ଗୁଡିକର ଉନ୍ମୋଚନ ଓ ପ୍ରକାଶନ। ଏଣୁ ଭାରତର ଭବିଷ୍ୟତ ସୃଷ୍ଟିରେ ସହଯୋଗୀ ଅଙ୍ଗୀ୍କାରର ଗୁରୁତ୍ୱକୁ ଆଖ୍ୟା କରି ଉକ୍ତ ସମ୍ମିଳନିର ଅଂଶଗ୍ରହଣ କରିବା ନିମନ୍ତେ ଆୟୋଜକ ଡ଼ଃ ଅନୀତା ପାତ୍ର, ଡ଼ଃ ପ୍ରଜ୍ଞା ପାଣି ଏବଂ ପ୍ରଫେସର ରବି ନାରାୟଣ ସୁବୁଦ୍ଧି ସମସ୍ତ ବୁଦ୍ଧଜିୀବୀ ଓ ସମ୍ପର୍କୀତ ବ୍ୟକ୍ତି ମାନଙ୍କୁଏଥିରେ ଭାଗ ନେବା ପାଇଁ ଆମନ୍ତ୍ରଣ ଜଣାଇଛନ୍ତି । ଏଥିରେ 14 ଟି ଦେଶରୁ ଆସିଥିବା 160 ଟି ସନ୍ଦର୍ଭ ପାଠ କରାଯିବ। ଏଥିରେ ମୋନାସ ବିଶ୍ୱବିଦ୍ୟାଳୟ କାନବେରା ବିଶ୍ୱବିଦ୍ୟାଳୟ, ଫିଜୀ ବିଶ୍ୱବିଦ୍ୟାଳୟ, ସାଉଦି ବିଶ୍ୱବିଦ୍ୟାଳୟ, ଡାଫୋଡିଲ ବିଶ୍ୱବିଦ୍ୟାଳୟ,କାଠମାଣ୍ଡୁ ବିଶ୍ୱ ବିଦ୍ୟାଳୟ ସହ ଭାରତର ଅନେକ ଶିକ୍ଷା ଅନୁଷ୍ଠାନର ବିଶାରଦ ମାନେ ଭାଗ ନେଉଛନ୍ତି ।