ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ବ୍ଲକ ଅନ୍ତର୍ଗତ ବୈଦ୍ୟେଶ୍ୱର ପଞ୍ଚାୟତ ନାଟେରୀ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ୮ଟି ପରିବାରର ୧୨ବଖରା ଗୃହ ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଛି । ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ବାଙ୍କୀର ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଡଃ.ଦେବାଶିଷ ପଟ୍ଟନାୟକ ଅଗ୍ନିବିପନ୍ନଙ୍କ ନିିକଟରେ ପହଞ୍ଚି ବିପତ୍ତି ସମୟରେ ସାନ୍ତ୍ୱନା ଦେବା ସହ ରିଲିଫ୍ ସାମଗ୍ରୀ ଯୋଗାଇ ଦେଇଥିଲେ । ଏଥି ସହିତ ବାଙ୍କୀ ପ୍ରଶାସନ ସହିତ ଫୋନ୍ ଯୋଗେ କଥା ହୋଇ ଯଥା ଶୀଘ୍ର ଅଗ୍ନିକାଣ୍ଡରେ ବାସହରା ହୋଇଥିବା ଲୋକମାନଙ୍କୁ ତୁରନ୍ତ ପଲିଥିନ୍ ଯୋଗାଇବା ସହ ନିକଟ ଭବିଷ୍ୟତରେ ସରକାରୀ ସ୍ତରରେ ଗୃହ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ଏହି ଗସ୍ତ ସମୟରେ ସମାଜସେବୀ ନରେଶ କୁମାର ସାହୁ, ଯୋଗେଶ କୁମାର ସ୍ୱାଇଁ , ପିୟୂଷ କୁମାର ସାହୁ, ସ୍ୱେତ କୁମାର ସାହୁ, ସ୍ଥାନୀୟ ସରପଞ୍ଚ ପ୍ରଫୁଲ କୁମାର ସାହୁ, ପ୍ରମୋଦ ମହାପାତ୍ର ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଅଗ୍ନିବିପନଙ୍କୁ ସମବେଦନା ଜଣାଇଥିଲେ ।