ଥାନା କ୍ୱାଟର୍ସ ରୁ ଆଇଆଇସି ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର !!!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରଦୀପ ରାଜ : ଚାଉଳିଆଗଞ୍ଜ ଥାନା କ୍ୱାଟର୍ସ ରୁ ଆଇଆଇସି ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ! କଟକ ଚାଉଳିଆଗଞ୍ଜ ଥାନା କ୍ୱାଟର୍ସ ଭିତରୁ ଆଇଆସିସି ବିୟୁଟି ମହାନ୍ତି ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ! ମୃତ୍ୟୁର କାରଣ ଅସ୍ପଷ୍ଟ ହୋଇଥିବା ସମୟରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ସୂଚନା ମିଳିଛି ! ତେବେ ଏହା ପୂର୍ବରୁ ପାହାଳ ଥାନା ଏବଂ କଟକ ମହିଳା ଥାନାରେ ଇନ୍ସପେକ୍ଟର ଦାୟିତ୍ୱରେ ଥିବା ବିୟୁଟି ମହାନ୍ତି ନିଜର କାର୍ଯ୍ୟ ଦକ୍ଷତା ପାଇଁ ବେଶ ଜଣାଶୁଣା ! ତେବେ ତାଙ୍କର ଝୁଲନ୍ତା ମୃତଦେହ ମିଳିବା ପରେ କେହି ବି କଥାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ! ପୁଲିସ ବିଭାଗ ଠାରୁ ଆରମ୍ଭ କରି ସାଧାରଣ ଲୋକ ଯାଏଁ ସମସ୍ତଙ୍କ ମୁଁହରେ ଗୋଟିଏ କଥା – କଣ ଥିଲା ଚାପ , ଯାହା ପାଇଁ ସେପରି ସାହସୀ ମହିଳା ନିଜର ପ୍ରାଣ ହାରିଲେ !

Leave a Reply

Your email address will not be published. Required fields are marked *