୭୭ ତମ ବନ ମହୋତ୍ସବ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ଉଚ୍ଚ ବାଳକ ବିଦ୍ୟାଳୟ ପରିସରରେ ୭୭ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାରାଜାଙ୍କ ଉଚ୍ଚ ବାଳକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ମୋନାଲିସା ଦାସ ଓ କ୍ରୀଡ଼ା ନିରୀକ୍ଷକ ସୁରେନ୍ଦ୍ର ପାତ୍ର , କ୍ରୀଡା ଅଧିକାରୀ ତ୍ରିନାଥ ସାହୁ ଉପସ୍ଥିତ ରହିଥିଲେ ! ରେଡକ୍ରସ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରେଡକ୍ରସ ର ଛାତ୍ର ଶିକ୍ଷକ ପ୍ରମୁଖ ଉପସ୍ଥିତ ରହି ଗଛ ଲଗାଇଥିଲେ ! ମା ଟିଏ ଗଛ ଟିଏ ସ୍ଲୋଗାନ ଦେବା ସହ ସମସ୍ତଙ୍କୁ ଗଛ ଲଗାଇବା ସକାଶେ ଆହ୍ବାନ କରାଯାଇଥିଲା ! ଜଳ ବାୟୁ ପରିବର୍ତ୍ତନ ହେଉଥିବାରୁ ସମସ୍ତେ ଗଛ ଲଗାଇବା ଆବଶ୍ୟକ ଅଟେ ବୋଲି ମତ ପ୍ରକାଶ ପାଇଥିଲା ।

Leave a Reply

Your email address will not be published. Required fields are marked *