ବାରଙ୍ଗ ( ଆୱାଜ ମିଡ଼ିଆ ) – ସିଦ୍ଧିନାଥ ସାହୁ : ଆଠଗଡ – ଭୁବନେଶ୍ୱର ମୁଖ୍ୟ ରାସ୍ତାର ଦୂରାବସ୍ଥା ! କଟକ ଜିଲ୍ଲା ବାରଙ୍ଗ ବ୍ଲକ ଅନ୍ତର୍ଗତ ମୁଣ୍ଡଳୀ ପଞ୍ଚାୟତରେ ଆଠଗଡ଼ – ଭୁବନେଶ୍ୱର ମୁଖ୍ୟ ରାସ୍ତା ରେ ଭରି ରହିଛି ଖାଲଖମା ! ଏହି ରାସ୍ତା ରେ ଦିନ ଓ ରାତି ରେ ଯାତାୟାତ କରୁଥିବା ଯାତ୍ରୀ ମାନେ ବହୁ ଆସୁବିଧାର ସମୁଖୀନ ହେବାକୁ ପଡୁଛି | ବହୁ ବାର ଗୁହାରି କରିବା ସତ୍ୱେ ବି ଶୁଣୁନାହିଁ ପ୍ରଶାସନ ! ଖାଲ ଖମା ରେ ପଡି ଯୁବକ, କି ମହିଳା କି ବୃଦ୍ଧ ଏବଂ ବିଦ୍ୟାଳୟ କୁ ଯାତାୟାତ କରୁଥିବା ଛାତ୍ର, ଛାତ୍ରୀ ପଡି ମୃତ୍ୟୁ ବରଣ କଲେ ଚେତା ପଶିବ ସରକାର ଙ୍କର |

