ତାଳଚେର ଟ୍ରକ ମାଲିକ ସଂଘ ତରଫରୁ ଅନୁଗୁଳ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଠିକ ଭଡ଼ା ଓ ବେଆଇନ ଚାନ୍ଦା ଆଦାୟ ବନ୍ଦ ଦାବିରେ ଆଜି ତାଳଚେର ଟ୍ରକ ମାଲିକ ସଂଘ ତରଫରୁ ଉପ ଜିଲ୍ଲାପାଳଙ୍କ ଜରିଆରେ ଅନୁଗୁଳ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ସଂଘର ଅଭିଯୋଗ ଅନୁସାରେ, ତାଳଚେରରୁ କୋଇଲା ପରିବହନ କରୁଥିବା ପରିବହନକାରୀ ମାନଙ୍କ ସହ ଅନେକ ଆଲୋଚନା-ପର୍ଯ୍ୟାଲୋଚନା ପରେ ମଧ୍ୟ ସେମାନେ ଟ୍ରକ ମାଲିକମାନଙ୍କୁ ଉଚିତ୍ ଭଡ଼ା ଦେଉନାହାନ୍ତି କି ଭଡ଼ାକୁ ଚାଲାଣରେ ଲେଖୁ ନାହାନ୍ତି । ଏଥିସହ ସେମାନେ ଟିଡିଏସ, ଚାଲାଣ ଓ କ୍ୟାସ ଡିସକାଉଣ୍ଟ କହି ଜବରଦସ୍ତ ଟ୍ରକ ମାଲିକଙ୍କ ଠାରୁ ବିଭିନ୍ନ ଚାନ୍ଦା ନେଉଛନ୍ତି । ଏକକ ଭଡ଼ା ଚାଲାଣରେ ଭଡ଼ା ଦର ଲେଖିବା ପାଇଁ ପ୍ରଶାସନ ପକ୍ଷରୁ ହୋଇଥିବା ନିଷ୍ପତ୍ତିକୁ ସେମାନେ ପାଳନ କରୁ ନାହାନ୍ତି । ଅନ୍ୟପଟେ ଏନେଇ ବାରମ୍ବାର ପ୍ରଶାସନକୁ ଅବଗତ କରା ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ । ଯଦି ଚଳିତ ମାସ ୨୭ ତାରିଖ ସୁଦ୍ଧା ଟ୍ରକ ମାଲିକଙ୍କ ଦାବି ପୂରଣ ନହୁଏ, ତେବେ ସେମାନେ କୋଇଲା ପରିବହନ କରିବେନି ବୋଲି ଚେତାବନୀ ଦେଇଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ସଂଘର ସଭାପତି ଦିଲ୍ଲୀପ କୁମାର ପାଣି, ସାଧାରଣ ସମ୍ପାଦକ ଫିରୋଜ କୁମାର ପ୍ରଧାନ, କାର୍ଯ୍ୟକାରୀ ସଭାପତି ପ୍ରକାଶ ମହାରଣାଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

 

Leave a Reply

Your email address will not be published. Required fields are marked *