ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : କିଛି ଦିନ ଧରି ବିଭିନ୍ନ ସାମାଜିକ ଗଣମାଧ୍ୟମ ରେ ବରବରା ଜଙ୍ଗଲ ରେ ଏକ ମହାବଳ ବାଘ ବୁଲୁ ଥିବାର ବହୁଳ ପ୍ରସାରିତ ଭିଡ଼ିଓ ବାଣପୁର ରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଗତ ୨ ତାରିଖରେ ବାଣପୁର ବ୍ଲକ ନୀଳାଦ୍ରି ପ୍ରସାଦ ପଞ୍ଚାୟତରେ ବାଘ ଟି ଗୋଟିଏ ଛେଳିକୁ ମାରି ଖାଇ ଦେବା ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଯାହା ଫଳରେ ବରବରା ଜଙ୍ଗଲ ମଧ୍ୟରେ ଥିବା ଦୁଇଟି ପଞ୍ଚାୟତ ର ଜନ ସାଧାରଣଙ୍କ ମଧ୍ୟରେ ଭୟ ସଂଚାର ହୋଇ ସେମାନେ ଏହି ଅଞ୍ଚଳ ରେ ଚଳ ପ୍ରଚଳ କରିବାକୁ ଶଙ୍କା ବୋଧ କରୁଥିଲେ । ଏ ସମ୍ପର୍କ ରେ ଭାଇରାଲ ଖବର ଓ ଭିଡିଓ କୁ ନେଇ ଆମ ପ୍ରତିନିଧି ନୀଳାଦ୍ରି ପ୍ରସାଦ ସରପଞ୍ଚ ଉମାକାନ୍ତ ସାହୁ ଙ୍କୁ ପ୍ରଶ୍ନ କରିବାରେ ସେ ଏ ଘଟଣା ସମ୍ପୂର୍ଣ୍ଣ ମନଗଢ଼ା ଓ ଉଡ଼ା ଖବର ବୋଲି ପ୍ରକାଶ କରିଥିବା ବେଳେ ଭିଡ଼ିଓ ରେ ଯେଉଁ ସ୍ଥାନରେ ବାଘଟି ଚଳାଚଳ କରୁଥିବା ବିଶେଷ କରି ଏକ ବ୍ରିଜ ଉପରେ ଚଳ ପ୍ରଚଳ କରୁଥିବା ସ୍ଥାନ ନୀଳାଦ୍ରି ଜଙ୍ଗଲରେ ନଥିବା କହିଛନ୍ତି । ଗତ ୧୨ ବର୍ଷ ଧରି ନୀଳାଦ୍ରି କିମ୍ବା ବରବରା ଜଙ୍ଗଲରେ କୌଣସି ପ୍ରକାରର ବାଘ ନଥିବା ବନ ବିଭାଗ ସ୍ପଷ୍ଟ କରିଛି । ଏପରି ମିଥ୍ୟ ଖବର କରୁଥିବା ବ୍ୟକ୍ତି ବିଶେଷ ନିଜ ସ୍ୱାର୍ଥ କିମ୍ବା ମୂଲ୍ୟବାନ କାଠ କାଟି ଲୁଟିବା ଉଦେଶ୍ୟରେ ପ୍ରସାର କରୁଥିବା ବନ ବିଭାଗ ଅଧିକାରୀ ପ୍ରତାପ କୁମାର ମହାନ୍ତି କହିଛନ୍ତି । ତେବେ ଏହି ମିଥ୍ୟା ଘଟଣାକୁ ବିଶ୍ୱାସ ନକରି ଆତଙ୍କିତ ନହେବା ସହିତ ସର୍ବ ସାଧାରଣ ଏହି ମିଛ ଭାଇରାଲ ଠାରୁ ଦୁରେଇ ରୁହନ୍ତୁ ବୋଲି ବନବିଭାଗ ପକ୍ଷରୁ ଜନସାଧାରଣ ଙ୍କୁ ଅନୁରୋଧ କରିଛି ।।
ବାଣପୁର ନୀଳାଦ୍ରି ଜଙ୍ଗଲରେ ମହାବଳ ବାଘ ବୁଲୁଥିବା ଘଟଣା ସମ୍ପୂର୍ଣ୍ଣ ମିଥ୍ୟା – ବନ ବିଭାଗ ଅଧିକାରୀ !!!

