ଭୁବନେଶ୍ବର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଲେଖକ ତଥା ଗାଳ୍ପିକ ରବିନାରାୟଣ ପଟ୍ଟନାୟକଙ୍କ ଗଳ୍ପ ସଂକଳନ ହଜି ଗଲାଣି ଆଈ ମା କାହାଣୀ ପୁସ୍ତକ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ୱାଇଁ ଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସୂଚନାଯୋଗ୍ୟ ଯେ, ଶ୍ରୀ ରବିନାରାୟଣ ପଟ୍ଟନାୟକ ଙ୍କ ଦ୍ଵାରା ଲିଖିତ ଏବଂ ପଶ୍ଚିମା ପବ୍ଲିକେସନ ଦ୍ଵାରା ପ୍ରକାଶିତ ପୁସ୍ତକ ରେ ୩୮ ଟି ଗଳ୍ପ ସ୍ଥାନିତ ହୋଇଛି । ଏହି ପୁସ୍ତକଟି ଓଡ଼ିଶା ର ବିଭିନ୍ନ ପୁସ୍ତକ ଭଣ୍ଡାର ସହ ଅନଲାଇନ୍ କ୍ରୟ ନିମନ୍ତେ ଆମାଜୋନରେ ଉପଲବ୍ଧ ହେଉଛି । ଶ୍ରୀ ରବିନାରାୟଣ ପଟ୍ଟନାୟକ ହେଉଛନ୍ତି ଭୁବନେଶ୍ୱରରେ ଜନ୍ମିତ ମାତା ଶ୍ରୀମତି ବାସନ୍ତୀ ପଟ୍ଟନାୟକ ଓ ପିତା ଡା. ରାମଚନ୍ଦ୍ର ପଟ୍ଟନାୟକ ଙ୍କ ସୁପୁତ୍ର । ବର୍ତମାନ ସୁଦ୍ଧା ସେ ବିଭିନ୍ନ ଖବର କାଗଜରେ ୨୦୦ ରୁ ଉର୍ଦ୍ଧ ସ୍ତମ୍ଭ ଓ ଗଳ୍ପ ଲେଖି ସାରିଛନ୍ତି । ଏହି ପୁସ୍ତକ ଟି ସମସ୍ତଙ୍କୁ ସମସ୍ତଙ୍କୁ ପସନ୍ଦ ଆସିବ ବୋଲି ଆଶା ପ୍ରକାଶ କରିଛନ୍ତି ।