ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ସମାଜସେବା କ୍ଷେତ୍ରରେ ନିଆରା ଉଦାହରଣ ପାଲଟିଥିବା ଇନର ହୁଇଲ ଗ୍ରୁପ ଆରମ୍ଭ କରିଛି ନୂଆ ପ୍ରୟାସ ! ସଂଗଠନ ଦ୍ୱାରା ବୟସ୍କ ମାନଙ୍କର ଦାୟିତ୍ୱ ଶୀର୍ଷକ ସେମିନାର ଆୟୋଜିତ ! ଇନର ହୁଇଲ କ୍ଲବ ଅଫ ଇନଫୋସିଟି ତରଫରୁ ରାଜଧାନୀ ଶୈଳଶ୍ରୀବିହାର ଅଂଚଳରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହେଲ୍ପ ଏଜ ଇଣ୍ଡିଆ ର ଓଡିଶା ମୁଖ୍ୟ ଯୋଗଦେଇ ଉପାଦେୟ ତଥ୍ୟ ଉପସ୍ଥାପନା କରିଥିଲେ ! ଇନର ହୁଇଲ 326 ର ଜିଲ୍ଲା ଚେୟାରମ୍ୟାନ , ଇନର ହୁଇଲ କ୍ଲବ ଅଫ ଇନଫୋସିଟି ର ସମସ୍ତ ସଦସ୍ୟା ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ! ରାଜଧାନୀର ବିଭିନ୍ନ ଅଞ୍ଚଳରେ ସାମାଜିକ କାମ ଜାରି ରଖିଥିବା ଏହି ସଂଗଠନ ଆଗାମୀ ଦିନରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି ବୋଲି ସଂଗଠନ ର ସଦସ୍ୟା କହିଛନ୍ତି !
ଇନର ହୁଇଲ କ୍ଲବ ଦ୍ୱାରା ବୟସ୍କ ମାନଙ୍କର ଦାୟିତ୍ୱ ଶୀର୍ଷକ ସେମିନାର ଆୟୋଜିତ !!!

