ଶିକ୍ଷକ ହିଁ ଶ୍ରେଷ୍ଠ ରାଷ୍ଟ୍ର ନିର୍ମାତା !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା – ବାଲୁଗାଁ ରୋଟାରୀ କ୍ଲବର ନବମ ଅଧିଷ୍ଠାନ ଦିବସ ତଥା ରାଷ୍ଟ୍ର ନିର୍ମାତା ପୁରସ୍କାର ପ୍ରଦାନ ସମାରୋହ ଅବସରରରେ ଶିକ୍ଷକମାନେ ହିଁ ଶ୍ରେଷ୍ଠ ରାଷ୍ଟ୍ର ନିର୍ମାତା ବୋଲି ଅତିଥି ମାନେ ମତବ୍ୟକ୍ତ କରିଛନ୍ତି l ବାଲୁଗାଁ ଦିଗନ୍ତିକା ହୋଟେଲ ପରିସରରେ ଅନୁଷ୍ଠିତ ନବମ ଅଧିଷ୍ଠାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଶିବବ୍ରତ ଦାଶ, ମୁଖ୍ୟବକ୍ତା ଭାବେ ରୋଟାରୀ ଜିଲ୍ଲାର ଆଗାମୀ ଗଭର୍ଣ୍ଣର ମନୋଜ କୁମାର ତ୍ରିପାଠୀ ଯୋଗ ଦେଇଥିଲେ l ପ୍ରାରମ୍ଭରେ ପୂର୍ବତନ ସଭାପତି ରୋଟାରୀଆନ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସମସ୍ତ ଅତିଥି ମାନଙ୍କୁ ସ୍ୱାଗତ କରିବା ପରେ ମା ଭଗବତୀ କଳା ନିକେତନର ଶିଶୁ କଳାକାରମାନେ ଓଡିଶୀ ନୃତ୍ୟ ପରିବେଷଣ କରି ଥିଲେ l ଏହାପରେ ଅତିଥିମାନେ ଜଗତର ନାଥ ଶ୍ରୀଜଗନ୍ନାଥ ଓ ରୋଟାରୀ ଇଣ୍ଟରନ୍ୟାସନାଲ ପ୍ରତିଷ୍ଠାତା ପଲ ହରିଶଙ୍କୁ ପୁଷ୍ପ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଵଳନ କରି ସମାରୋହ ଉଦଘାଟନ କରିଥିଲେ l ଏହି ଅବସରରେ ପୂର୍ବତନ କ୍ଲବ ସଭାପତି ଅକ୍ଷୟ କୁମାର ମହାପାତ୍ର ଓ ସମ୍ପାଦକ ତ୍ରିଲୋଚନ ବାରିକ ଗତ ରୋଟାରୀ ବର୍ଷର ଉଲ୍ଲେଖନୀୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ l ଚଳିତ ବର୍ଷର ନୂତନ ରୋଟାରୀ ସଭାପତି ଡକ୍ଟର ମାନସ ମୋହନ ବଳିୟାରସିଂହ ଓ ସମ୍ପାଦକ ଗଜେନ୍ଦ୍ର ସେଠି ପ୍ରସ୍ତାବିତ କାର୍ଯ୍ୟସୂଚୀ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ l ଏହାପରେ ପୂର୍ବତନ ସଭାପତି ଓ ସମ୍ପାଦକ ନୂତନ ସଭାପତି ଡକ୍ଟର ମାନସ ମୋହନ ବଳିୟାରସିଂହ ଓ ସମ୍ପାଦକ ଗଜେନ୍ଦ୍ର ସେଠିଙ୍କୁ ଦାୟିତ୍ୱ ହସ୍ତାନ୍ତର କରି ନୂତନ ପଦବୀରେ ଆନୁଷ୍ଠାନିକ ଭାବେ ଅଧିଷ୍ଠିତ କରାଇବା ସହ ସମ୍ବର୍ଦ୍ଧିତ କରିଥିଲେ l ଏହାପରେ ନୂତନ ରୋଟାରାକ୍ଟ ସଭାପତି ଭାବେ ନିବେଦିତା ଜେନା ଓ ସମ୍ପାଦକ ଭାବେ ରିତାଞ୍ଜଳୀ ଜାଲି ଙ୍କୁ ମୁଖ୍ୟ ଅତିଥି ଦାୟିତ୍ୱ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ଶିବବ୍ରତ ଦାଶ ଓ ମୁଖ୍ୟବକ୍ତା ମନୋଜ କୁମାର ତ୍ରିପାଠୀ ରୋଟାରୀ କ୍ଲବର ଆଭିମୁଖ୍ୟ, ଉଦ୍ଦେଶ୍ୟ, ଅଞ୍ଚଳ ଓ ବିଶ୍ୱ ପାଇଁ ଥିବା ପ୍ରତିବଦ୍ଧତା ଉଲ୍ଲେଖ କରିବା ସହ ଚଳିତ ବର୍ଷ ରାଷ୍ଟ୍ର ନିର୍ମାତା ପୁରସ୍କାର ପାଇଁ ଯୋଗ୍ୟତା ହାସଲ କରିଥିବାଙ୍କୁ ସମ୍ବୋଧିତ କରି କହିଲେ ଯେ ଶିକ୍ଷକ ମାନେ ହେଉଛନ୍ତି ରାଷ୍ଟ୍ରର ଯଥାର୍ଥ ନିର୍ମାତା l ସେଥିପାଇଁ ପ୍ରତ୍ୟେକ ଶିକ୍ଷକ ପ୍ରତି ସମୟରେ ନୂତନ ଶିକ୍ଷା ଗ୍ରହଣ କରିବା ସହ ଶିକ୍ଷାର୍ଥୀଙ୍କ ହୃଦୟ ସହ ସଂଯୁକ୍ତ ହୋଇପାରିଲେ ସେମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ଉନ୍ମୋଚନ ହୋଇପାରିବ l ଏହାପରେ ଅତିଥିମାନେ ଚିଲିକା ଓ ବାଣପୁର ବ୍ଲକର ଆଦର୍ଶ ଶିକ୍ଷକ ଭାବେ ଆଲୋକ କୁମାର ପାଟଶାଣୀ, ନିରୋଦ ପ୍ରସାଦ ସାମନ୍ତରାୟ, ସୁରେଶ ଚନ୍ଦ୍ର ସ୍ୱାଇଁ,ଜୟକୃଷ୍ଣ ଜେନା, ଜିତେନ୍ଦ୍ର ମାନସିଂହ ଓ ଅମର ପ୍ରସାଦ ତରାଇ ଙ୍କୁ ଚଳିତ ବର୍ଷର ରାଷ୍ଟ୍ର ନିର୍ମାତା ପୁରସ୍କାର ଓ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ଏଥିସହିତ ନୂତନ ରୋଟାରୀଆନ ଭାବେ ଯୋଗଦେଇଥିବା କୈଳାସ ଚନ୍ଦ୍ର ସାହୁ, ନିରୋଦ ପ୍ରସାଦ ସାମନ୍ତରାୟ ଓ ଆଲୋକ କୁମାର ପାଟଶାଣୀଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ l ଏହି ଅଧିଷ୍ଠାନ ସମାରୋହକୁ ପୂର୍ବତନ କ୍ଲବ ସଭାପତି ଜାନକୀ ବଲ୍ଲଭ ପଟ୍ଟନାୟକ, ସତ୍ୟନ୍ଦ୍ର ସ୍ୱାଇଁ, ନମିତା ଝା, ନିରଜ ଝା, ଯଦୁମଣି ତରାଇ, ସବିତା ପାତ୍ର, ଭାଗିରଥି ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ l ମଞ୍ଚ ସଂଯୋଜନା କରିଥିଲେ ଡକ୍ଟର କୈଳାସ ଚନ୍ଦ୍ର ମହାରଣା l ଧନ୍ୟବାଦ ଅର୍ପଣ କରିଥିଲେ ରୋଟାରୀଆନ ଯଦୁମଣି ତରାଇ l

Leave a Reply

Your email address will not be published. Required fields are marked *