ମନ୍ତ୍ରୀପଡାର ଜୁମା ମସଜିଦରେ ଆନନ୍ଦ ଉଲ୍ଲାସର ସହ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଳିତ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଳିତ । ଡେରାବିଶ ବ୍ଲକ ଅଧୀନସ୍ଥ ମନ୍ତ୍ରୀପଡାର ଜୁମା ମସଜିଦରେ ଆନନ୍ଦ ଉଲ୍ଲାସର ସହ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ସକାଳ ୭ଟାରୁ ମକ୍କା ମଦିନାର ପ୍ରତିକୃତି ସହିତ ସହସ୍ରାଧିକ ଇସଲାମ ଧର୍ମାବଲମ୍ବୀ ଜନସାଧାରଣ ହଳଦିଆ ଗ୍ରାମରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ମନ୍ତ୍ରୀପଡ଼ା ସ୍ଥିତ ଜୁମା ମସଜିଦରେ ପହଞ୍ଚିଥିଲେ । ଏହି ଅବସରରେ ହଳଦିଆ ଓ ମନ୍ତ୍ରୀପଡ଼ାର ମୁସଲିମ ସମ୍ପ୍ରଦାୟର ଅଧିବାସୀ ମାନଙ୍କ ଦ୍ଵାରା ମସଜିଦରେ ସମୂହ ପ୍ରାର୍ଥନା ଅନୁଷ୍ଠିତ ହୋଇ ମହମ୍ମଦଙ୍କ ଜୀବନୀ ଏବଂ ମହାନ୍ ମାନବୀୟ କାର୍ଯ୍ୟଧାରା ସମ୍ପର୍କରେ ବର୍ଣ୍ଣନା କରାଯାଇଥିଲା ।ଏ ହି ଅବସରରେ ଇସଲାମ ଧର୍ମାବଲମ୍ବୀ ମାନଙ୍କ ମଧ୍ୟରେ ଲଙ୍ଗର ଖାନା ଅନୁଷ୍ଠିତ ହୋଇଥିଲା । ଭାରତ ବର୍ଷ ସମେତ ଅନ୍ୟ ୫୭ ଟି ମୁସଲିମ ଦେଶରେ ମଧ୍ୟ ଏହି ଗଣପର୍ବ ମହମ୍ମଦଙ୍କ ଜୟନ୍ତୀ ପାଳନ ହୋଇଥାଏ ।

Leave a Reply

Your email address will not be published. Required fields are marked *