ଦୁର୍ଘଟଣାରେ ଆହତ ସାମ୍ବାଦିକଙ୍କୁ ଭେଟିଲେ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ସଦସ୍ୟ !!!

Spread the love

ବାଙ୍କୀ // ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଅନନ୍ତ ରଣା // ଶାଶ୍ଵତୀ ନାୟକ : ବାଇକ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ସାମ୍ବାଦିକଙ୍କୁ ଭେଟିଲେ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ସଦସ୍ୟ ! ବାଙ୍କୀ ଏବଂ ଆଠଗଡ ଅଂଚଳର ଦୁଇ ଜଣ ସାମ୍ବାଦିକ ଭୁବନେଶ୍ୱର ରୁ ଘରକୁ ଫେରୁଥିବା ସମୟରେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ! ଦୁର୍ଘଟଣାରେ ଉଭୟଙ୍କର ଡାହାଣ ଗୋଡ ଏବଂ ହାତ ଭାଙ୍ଗି ଯାଇଛି ! ବଡମ୍ବା ଡିଜିଟାଲ ମିଡ଼ିଆ ୟୁନିଅନ ର ଜଣେ ସଦସ୍ୟ ଘଟଣା ସମ୍ପର୍କରେ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘକୁ ସୂଚନା ଦେବା ପରେ ଆହତ ଙ୍କ ପ୍ରାଥମିକ ଚିକିତ୍ସା ପାଇଁ ସହଯୋଗ ରାଶି ପ୍ରଦାନ କରାଯାଇଥିଲା ! ଆଠଗଡ ମେଟ୍ରୋ ଟିଭି ପ୍ରତିନିଧି ମହେଶ୍ୱର ବେହେରା ଗୁରୁତର ଅବସ୍ଥାରେ କିମସ ରେ ଚିକିତ୍ସିତ ହେଉଛନ୍ତି ! ସେହିପରି ବାଙ୍କୀ ପାଟପୁର ଗ୍ରାମର ସୂର୍ଯ୍ୟମଣି ମଲ୍ଲିକ କଟକ ଅଶ୍ୱିନୀ ହାସପାତାଲ ରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି ! ଘଟଣା ସମ୍ପର୍କରେ ସୂଚନା ପାଇ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘର ରାଜ୍ୟ ସଭାପତି ସତ୍ୟବ୍ରତ ଦାଶ , କୋଷାଧକ୍ଷ ଅଶ୍ରୁମୋଚନ ନାୟକ ବାଙ୍କୀ ଗସ୍ତ କରି ଆହତ ସୂର୍ଯ୍ୟମଣିଙ୍କୁ ଭେଟି ସ୍ୱାସ୍ଥାବସ୍ଥା ପଚାରି ବୁଝିଥିଲେ ! ବାଙ୍କୀ ଡିଜିଟାଲ ମିଡ଼ିଆ ୟୁନିଅନ ର ସଦସ୍ୟ ଅଶୋକ ରଣା ଏବଂ ଶୁଭେନ୍ଦୁ ମହାପାତ୍ର ସେମାନଙ୍କ ସାଙ୍ଗରେ ରହିଥିଲେ ! ବାଙ୍କୀ ରୁ ଫେରିବା ପରେ କିମସ ହାସପାତାଲ କୁ ଯାଇ ଆହତ ମହେଶ୍ୱର ଙ୍କୁ ଭେଟିବା ସହିତ ପରିବାର ଲୋକଙ୍କ ସହିତ ଚିକିତ୍ସା ସମ୍ପର୍କରେ ଆଲୋଚନା କରିଥିଲେ ! ଉଭୟ ଆହତ ସାମ୍ବାଦିକଙ୍କୁ ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ତରଫରୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି !

Leave a Reply

Your email address will not be published. Required fields are marked *