ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବାଣପୁର ତାଲୁକ ଲିଗାଲ୍ କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମରେଶ ମହାପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏସିଡ୍ ଆକ୍ରମଣ, ଏହାର ନିରାକରଣ,ଆଇନଗତ ସହାୟତା ସମ୍ପର୍କିତ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଶ୍ରୀଯୁକ୍ତ ମହାପାତ୍ର ଉକ୍ତ କାର୍ଯ୍ୟକ୍ରମର ଆଇନଗତ ଦିଗ, ପୀଡ଼ିତାଙ୍କ ପାଇଁ ଚିକିସ୍ଛା ପଦ୍ଧତି, ଆର୍ଥିକ ସହାୟତା , ପୀଡ଼ିତାଙ୍କ ପାଇଁ କ୍ଷତିପୂରଣ ସମ୍ପର୍କରେ ପ୍ରାଞ୍ଜଳ ଭାବରେ ଛାତ୍ରୀ ମାନଙ୍କୁ ସଚେତନ କରାଇ ଥିଲେ। କାର୍ଯ୍ୟକ୍ରମରେ ବାଣପୁର ଜେଏମ୍ଏଫ୍ସି ଶ୍ରୀମତୀ ସ୍ନାତକୀ ଦାସ ଯୋଗଦେଇ ନିଜସ୍ୱ ମତାମତ ରଖିଥିଲେ। ବିଦ୍ୟାଳୟ ଅଧ୍ୟକ୍ଷ ସର୍ବେଶ୍ଵର ଷଡ଼ଙ୍ଗୀ ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ ଆଇନଜୀବୀ ପଦ୍ମଜା ପଟ୍ଟନାୟକ, ବାଣପୁର ଆଇନଜୀବୀ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତା, ଆଇନଜୀବୀ ଜଗଦୀଶ ପଟ୍ଟନାୟକ, ଆଇନଜୀବୀ ଜଗନ୍ନାଥ ଭୋଳ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ । ବିଦ୍ୟାଳୟ ର ଗୃହ ବିଜ୍ଞାନ ଅଧ୍ୟାପିକା ପ୍ରମୋଦିନୀ ସାମନ୍ତରାୟ, ସଂସ୍କୃତ ବିଭାଗ ଅଧ୍ୟାପିକା ରୋଜାଲିନ ଦାସ ଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପିକା ଅଧ୍ୟାପକ ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଏସିଡ୍ ଆକ୍ରମଣ ଓ ଏହାର ନିରାକରଣ ଆଇନଗତ ସହାୟତା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ !!!

