“ଅମୃତ ବିନ୍ଦୁ” ରକ୍ତଦାନ ଶିବିର !!!

0
33

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ବର୍ତ୍ତମାନ ସମୟରେ ଓଡ଼ିଶାର ରକ୍ତଭଣ୍ଡାର ଗୁଡ଼ିକରେ ଦେଖା ଯାଉଥିବା ରକ୍ତର ଅଭାବ ପୂରଣ କରିବା ପାଇଁ କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ୍ ପକ୍ଷରୁ “ଅମୃତ ବିନ୍ଦୁ” ନାମରେ ଅଭିଯାନ ଆରମ୍ଭ କରାଯାଇଛି । ରବିବାର କ୍ୟାପିଟାଲ ହସ୍ପିଟାଲ ରକ୍ତ କେନ୍ଦ୍ର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଅନୁଷ୍ଠାନ ରକ୍ତଦାନ ଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ସହ କ୍ୟାନ୍ସର ପୀଡ଼ିତଙ୍କୁ ଚିକିତ୍ସା କ୍ଷେତ୍ରରେ ସହଯୋଗ କରି ଆସୁଛି | ଶିବିର ରେ ମୋଟ ୩୦ ଜଣ ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ | ରକ୍ତ ବିନା କାହାରି ଜୀବନ ଯେଭଳି ବିପଦରେ ନପଡ଼େ ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଅନୁଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି ତଥା ମୁମ୍ବାଇର ପୂର୍ବତନ ପୁଲିସ କମିସନର ଅରୂପ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହା କାର୍ଯ୍ୟ କରୁଛି ।

LEAVE A REPLY

Please enter your comment!
Please enter your name here