ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କେରାଣ୍ଡି ଗ୍ରାମରେ ଜହ୍ନି ଓଷା ପାଳନ ! ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର କେରାଣ୍ଡି ଗ୍ରାମରେ ଜହ୍ନିଓଷା ପାଳନ କରାଯାଇଛି ! ଏହି ପୂଜା ଇନ୍ଦ୍ରପୂର୍ଣ୍ଣିମା ଠାରୁ ଆରମ୍ଭ କରି କୁମାର ପୂର୍ଣ୍ଣିମାରେ ଶେଷ କରାଯାଏ । ଲୌକିକ କଥା ରହିଛି ଜହ୍ନି ଓଷା କଲେ ନିଜର ମନ କାମନା ପୂର୍ଣ୍ଣ ହେବା ସହ ରୋଗରୁ ମୁକ୍ତ ହୋଇଥାଏ । ନିଜ ପରିବାରର ମଙ୍ଗଳ ହୋଇଥାଏ । କୁମାରି ମାନେ ତୁଳସୀ ଗଛ ମୂଳରେ ଲିପା ପୋଛା କରି କୁମ୍ଭ ବସାଇ ଧୂପ ଦୀପ ନୈବେଦ୍ୟ ସହ ପୂଜା କରନ୍ତି । ଜହ୍ନି ଓଷା କୁମାର ପୂର୍ଣ୍ଣିମା ଦିନ ଉଦଯାପନ କରାଯାଏ ।ଏ ହି ଦିନ ପିଠା,ପଣା, ଫଳ,ପାଚିଲା ସହ ଉଖୁଡା ପ୍ରଭୃତି ଜିନିଷ ଭୋଗ ଲଗାଇ ଚନ୍ଦ୍ରକୁ ପୂଜା କରାଯାଇଥାଏ । ଯେଉଁମାନେ ଜହ୍ନି ଓଷା ପାଳନ କରନ୍ତି ସେମାନେ ମାସ ସାରା ଆମିଷ, ଜହ୍ନି ପ୍ରଭୃତି ଜିନିଷ ଖାଇ ନଥାନ୍ତି । ଅତି ନିଷ୍ଠାର ସହ ଏହି ପୂଜାକୁ ବିଧିବିଧାନର ସହ ପାଳନ କରାଯାଏ ।

