ବାଲୁଗାଁ ମହାବିଦ୍ୟାଳୟରେ ସ୍ୱଚ୍ଛତା ହିଁ ସେବା !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଓ ଅଧ୍ୟାପିକା ରୀନା ରାଉତଙ୍କ ନେତୃତ୍ୱରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଚିଲିକା କୂଳରେ ଅନୁଷ୍ଠିତ ହୋଇଯାଇଛି l ମଙ୍ଗଳ ବାର ପୂର୍ବାହ୍ଣରେ ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ସହ ସ୍ବେଛା ସେବୀମାନେ ମହାବିଦ୍ୟାଳୟ ପରିସରରୁ ସ୍ୱଚ୍ଛତା ସମ୍ପର୍କରେ ବିଭିନ୍ନ ସ୍ଲୋଗାନ ଦେଇ ଚିଲିକା କୂଳ ପରିକ୍ରମା କରି ଚିଲିକାର ସୁରକ୍ଷା ଓ ସ୍ୱଚ୍ଛତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ l ଏହାପରେ ମହାବିଦ୍ୟାଳୟ ସଭା ଗୃହରେ  ଯୁବ ରେଡ଼କ୍ରସ ଓ ଏନଏସଏସ ମିଳିତ ଆୟୋଜନରେ ଜାତୀୟ ସ୍ବେଛାକୃତ ଆୟୋଜିତ ରକ୍ତଦାନ ଦିବସ ଅନୁଷ୍ଠିତ ହୋଇଥିଲା l ଡକ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ସଭା ପତିତ୍ୱ ରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ରେଡ଼କ୍ରସ ପରାମର୍ଶଦାତା ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ,ଅଧ୍ୟାପକ ଧୋବୀ ପରିଡା,ଅଧ୍ୟାପକ ମୃଡ଼ାଣି ଶଙ୍କର ପ୍ରସାଦ ମିଶ୍ର,ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ରୀନା ରାଉତ,ଡକ୍ଟର ମୋନାଲିସା ମାନସିଂହ ରକ୍ତ ଦାନର ପ୍ରାସଙ୍ଗିକତା ଓ ସୁଫଳ ସମ୍ପର୍କରେ ଶିକ୍ଷାର୍ଥୀ ମାନଙ୍କୁ ସଚେତନ କରାଇଥିଲେ l   ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସ୍ଵଭାଵ ସ୍ୱଚ୍ଛତା ଓ ସଂସ୍କାର ସ୍ୱଚ୍ଛତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ଅବସରରେ ନିକଟରେ ଏନଏସଏସ ଓ ରେଡ଼କ୍ରସ ପକ୍ଷରୁ ଅନୁଷ୍ଠିତ ରକ୍ତଦାନ ଶିବିରରେ ରକ୍ତଦାନ କରିଥିବା ସ୍ବେଛାସେବୀ ସୁଶ୍ରୀ କରିସ୍ମା ବିଶ୍ୱାସ,ସଂଗ୍ରାମ ଦାସ,ନୀଳକଣ୍ଠ ଦାସ,ଶୁଭଙ୍କର ରାଉତ,ରାକେଶ ବେହେରା ଦୀପକ ସେଠୀଙ୍କୁ ଅଧ୍ୟକ୍ଷ ସମ୍ବର୍ଦ୍ଧିତ କରିଥିଲେ l କାର୍ଯ୍ୟକ୍ରମ ଅଧିକାରୀ ରୀନା ରାଉତଙ୍କ ସଂଯୋଜନାରେ ସ୍ୱଚ୍ଛତା ହିଁ ସେବା ସପ୍ତାହରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l

Leave a Reply

Your email address will not be published. Required fields are marked *