ଜିଲ୍ଲା ସ୍ତରୀୟ ଆନ୍ତଃର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ, ଗଜପତି ଦ୍ବାରା ନିର୍ଦ୍ଧାରିତ କାର୍ଯ୍ୟକ୍ରମ ମୁତବକ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ବିଜୁ କଲ୍ୟାଣ ମଣ୍ଡପରେ ଜିଲ୍ଲା ସ୍ତରୀୟ ଆନ୍ତଃର୍ଜାତୀୟ ବରିଷ୍ଠ ନାଗରିକ ଦିବସ -୨୦୨୪ ଆୟୋଜିତ ହୋଇଯାଇଅଛି । ସକାଳେ କାର୍ଯକ୍ରମରେ ଯୋଗ ଦେଇଥିବା ବରିଷ୍ଠ ନାଗରିକ ମାନଙ୍କର ପଞ୍ଜୀକରଣ କରାଯାଇଥିଲା। ତତପରେ ଯୋଗ ଗୁରୁଙ୍କ ତତ୍ୱାବଧାନରେ ବରିଷ୍ଠ ନାଗରିକ ମାନେ ଯୋଗ କରିଥିଲେ। ପରେ ସ୍ବାସ୍ଥ୍ୟ ମେଳାର ଆୟୋଜନ କରାଯାଇଥିଲା ।ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଗଜପତି ଅଧିକାରୀଙ୍କ ସହ ବିଭିନ୍ନ ବିଶେଷଣଜ୍ଞ ଡକ୍ଟର ଯୋଗ ଦେଇଥିଲେ ଏବଂ ବରିଷ୍ଠ ନାଗରିକଙ୍କ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟାର ପରୀକ୍ଷା କରିବା ସଙ୍ଗେ ସଙ୍ଗେ ମାଗଣା ଔଷଧ ବିତରଣର ବ୍ୟବସ୍ଥା କରାଯାଇଥିଲା । ମୋଟ ୭୮ ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ସାଧାରଣ ବୈଠକ ଆୟୋଜିତ ହୋଇଥିଲା ।ବୈଠକରେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ ସଭାପତିତ୍ଵ କରିଥିଲେ।ବିଚିତ୍ରା ନନ୍ଦ ବେବର୍ତ୍ତା ସଦସ୍ୟ, ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ କମିଟି, ଗଜପତି, ଲକ୍ଷ୍ମୀ ନୃସିଂହ ରଥ, ସଭାପତି, ବରିଷ୍ଠ ନାଗରିକ ମଞ୍ଚ, ପାରଳାଖେମୁଣ୍ଡି, ଆଶାଲତା ପାଣିଗ୍ରାହୀ, ନିବେଦିତା ରଥ, ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡଃ ମହମ୍ମଦ ମୁବାରକ ଅଲ୍ଲି, ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ଗୁଣନିଧି ନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଶ୍ରୀମତୀ ଉତ୍ସର୍ଗୀତା ବଡରଇତ , ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ,ପାରଳାଖେମୁଣ୍ଡି ମଞ୍ଚ ପରିଚାଳନା କରିଥିଲେ ଓ ଅରୁଣ କୁମାର ଉଦୟଭାନୁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ରା.ଉଦୟଗିରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ 5 ଜଣଙ୍କୁ ବରିଷ୍ଠ ନାଗରିକ କ୍ଷେତ୍ରରେ ଉଲ୍ଲେଖନିୟ କାର୍ଯ୍ୟ କରୁଥିବାରୁ ଅତିଥିଙ୍କ ଦ୍ବାରା ସମ୍ବର୍ଦ୍ଧନା ସହ ସମ୍ମାନିତ କରାଯାଇଥିଲା। ସେହିପରି ମୋଟ 10 ଜଣ ହିତାଧିକାରୀଙ୍କୁ ନୂଆ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରାଯାଇଥିଲା।ଶେଷରେ ବରିଷ୍ଠ ନାଗରିକଙ୍କୁ ସମ୍ମାନ ଓ ସୁରକ୍ଷା ଦେବା ପାଇଁ ଏକ ଶପଥ ପାଠ କରାଯାଇଥିଲା। ଉକ୍ତ କାର୍ଯକ୍ରମରେ ସମୁଦାୟ 83 ଜଣ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *