୧୬୫୫ ଦିନରେ ଚିନ୍ମୟ ଫାଉଣ୍ଡେସନର ମିଶନ୍ ଅମୃତ ହସ୍ତମ୍ କାର୍ଯ୍ୟକ୍ରମ ସହ ୬୬ତମ ସମୀକ୍ଷା ବୈଠକ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍ ଅନ୍ତର୍ଗତ ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ଦ୍ବାରା ପରିଚାଳିତ କାର୍ଯ୍ୟକ୍ରମ “ମିଶନ ଅମୃତ ହସ୍ତମ୍” ପକ୍ଷରୁ ଆଜକୁ ଦୀର୍ଘ ୧୬୫୫ ଦିନ ଧରି ନିରବଚ୍ଛିନ୍ନ ଭାବରେ ଜାରି ରହିଛି ସେବା କାର୍ଯ୍ୟ। ଗତ ସେପ୍ଟେମ୍ବର ୨୨ ତାରିଖରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଫାଉଣ୍ଡେସନର ଦିନ ସଂଖ୍ୟା ୧୬୪୬ ରୁ ୧୬୫୫ ପର୍ଯ୍ୟନ୍ତ ଦଶ ଦିନ ଧରି ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାରି ରହିଛି ଏହି ସେବା କାର୍ଯ୍ୟକ୍ରମ। ଗରିବ ଓ ଅସହାୟ ମାନଙ୍କୁ ଖାଦ୍ୟ , ବସ୍ତ୍ର ଆଦି ରିଲିଫ୍ ସହ ମହିଳା ମାନଙ୍କୁ ନାପ୍କିନ୍ ଆଦି ବଣ୍ଟନ କରାଯାଉଥିବାର ଦେଖିବାକୁ ମିଳିଛି। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶକ୍ରମେ ଯାଜପୁର ଜିଲ୍ଲାରେ ମାଷ୍ଟର ମିହିର କୁମାର୍, ଦୀପ୍ତି ରଞ୍ଜନ ପ୍ରଧାନ, ଭୋଳା ଜେନା , ଶ୍ରୀକ୍ଷେତ୍ର ସାହୁ ଆଦି ଏହି କାର୍ଯ୍ୟକ୍ରମକୁ ଜାରି ରଖିଥିବାର ଦେଖିବାକୁ ମିଳିଛି। ପ୍ରତି ୨୫ ଦିନରେ କାର୍ଯ୍ୟକ୍ରମ ଗୁଡ଼ିକର ସମୀକ୍ଷା କରାଯାଉଥିବା ବେଳେ ଗତ ଗୁରୁବାର ଅପରାହ୍ନ ଚାରି ଘଟିକା ସମୟରେ ୧୬୫୦ ତମ ଦିନର ୬୬ତମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ସମୀକ୍ଷକ ଭାବରେ ମାଷ୍ଟର ମିହିର କୁମାର୍, ଶ୍ରୀମତୀ ଲିପିକା ମିଶ୍ର,ଶ୍ରୀମତୀ ରଶ୍ମିତା ମଲ୍ଲିକ, ରାଜୁ ମଲ୍ଲିକ ଆଦି ଯୋଗଦାନ କରି ଅନୁଷ୍ଠାନର ଉଦ୍ଦେଶ୍ୟ, ଆଭିମୁଖ୍ୟ ତଥା ବିଗତ କାର୍ଯ୍ୟକ୍ରମ ଓ ଆଗାମୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *