ବିଶ୍ଵ ମସ୍ତିଷ୍କାଘାତ ଦିବସ ଓ ମାନସିକ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ସଚେତନତା କାର୍ଯ୍ୟକ୍ରମ !!

0
294

ନୟାଗଡ଼ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଠାରେ ଖଣ୍ଡପଡ଼ା କୋଭିଡ୍ କେୟାର ସେଣ୍ଟର ଆନୁକୁଲ୍ୟରେ ବିଶ୍ଵ ମସ୍ତିଷ୍କାଘାତ ଦିବସ ଓ ମାନସିକ ରୋଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ଡାକ୍ତର, ଷ୍ଟାଫ୍ ନର୍ସ, ସ୍ବାସ୍ଥ୍ୟ କର୍ମୀ ଓ କୋଭିଡ୍ କେୟାର ସେଣ୍ଟରର ଯୋଦ୍ଧା ମାନେ ସାମିଲ ହୋଇଥିଲେ । ଡଃ ପ୍ରଦିପ କୁମାର ପାଇକରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପାରମ୍ପରିକ ନାଚ ଗୀତ ମାଧ୍ୟମରେ ଜନସାଧାରଣଙ୍କୁ ସ୍ଵାସ୍ଥ୍ୟଗତ ସମସ୍ୟା ଓ ଏହାର ନିରାକରଣ ସମ୍ପର୍କରେ ସଚେତନତା କରାଯାଇଥିଲା । ଖଣ୍ଡପଡ଼ା କୋଭିଡ୍ ସେଣ୍ଟରରୁ ବାହାରିଥିବା ଏହି ସଚେତନତା ପଦଯାତ୍ରା ବ୍ଲକର ବିଭିନ୍ନ ସ୍ଥାନ ପରିକ୍ରମା କରି ମାସ୍କ ବାଣ୍ଟିବା ସହ କରୋନା ଭୁତାଣୁ ଠାରୁ ଦୂରେଇ ରହିବା, ମାସ୍କ ବ୍ୟବହାର , ସାନିଟାଇଜର ବ୍ୟବହାର କରିବା , ବିଶେଷ କରି ସାମାଜିକ ଦୁରତା ରକ୍ଷାକରିବା ସମ୍ପର୍କରେ ସଚେତନତା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here