ମହାନଦୀ ରେ ଗାଧୋଇବା ବେଳେ ଅଘଟଣ : ସାଙ୍ଗକୁ ବଞ୍ଚାଇବାକୁ ଯାଇ ୨ ଜଣ ବୁଡ଼ିଗଲେ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ମହାନଦୀ ରେ ଗାଧୋଇବା ବେଳେ ଅଘଟଣ,ସାଙ୍ଗକୁ ବଞ୍ଚାଇବାକୁ ଯାଇ ୨ ଜଣ ବୁଡ଼ିଗଲେ, ଜଣେ ଉଦ୍ଧାର ଅନ୍ୟ ଜଣେ ଏବେ ବି ନିଖୋଜ ! ସାଙ୍ଗ ମାନଙ୍କ ସହିତ ମହାନଦୀରେ ଗାଧୋଇବା ହେଲା କାଳ। ଜଗତପୁର ଥାନା ଅନ୍ତର୍ଗତ ବାଲିସାହି ପାଖ ମହାନଦୀକୁ ଗାଧୋଇବାକୁ ଯାଇଥିଲେ ପ୍ରାୟ ୧୦ ଜଣ ସାଙ୍ଗ । ସେମାନଙ୍କ ମଧ୍ୟରୁ ଜଣେ ସାଙ୍ଗ ଗାଧୋଇବା ବେଳେ ବୁଡି ଯାଉଥିଲେ । ଏହାଦେଖି ରାଜକିଶୋର ବିଦ୍ୟାପୀଠର ଅଷ୍ଟମ ଶ୍ରେଣୀର ୨ ଜଣ ଛାତ୍ର ବୁଡି ଯାଉଥିବା ସାଙ୍ଗକୁ ପାଣିରୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ହେଲେ ଉଦ୍ଧାର କରିବା ସମୟରେ ଅସାବଧାନତା କାରଣରୁ ୨ ଜଣ ଛାତ୍ର ମହାନଦୀର ଭରା ପାଣିରେ ବୁଡି ନିଖୋଜ ହୋଇଗଲେ । ଜଗତପୁର ଥାନା ପୋଲିସ ଠାରୁ ଖବର ପାଇ ଚାଉଳିଆଗଞ୍ଜ ଅଗ୍ନିଶମ କେନ୍ଦ୍ର ଏବଂ ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଉଦ୍ଧାରକାରୀ ଟିମ୍ ପକ୍ଷରୁ ସ୍କୃବା ଡ୍ରାଇଭରକୁ ନିୟୋଜିତ କରାଯାଇଥିଲା । ଦୀର୍ଘ ୩ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଇମାମନଗର ସାମଲ ସାହିର ୧୪ବର୍ଷୀୟ ଆର୍ୟନ୍ ନାୟକଙ୍କ ମୃତଦେହକୁ ପାଣି ମଧ୍ୟରୁ ଉଦ୍ଧାର କରାଯାଇଥିଲା । ସୂଚନା ଅନୁସାରେ,ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବର୍ତ୍ତମାନ ଷାଣ୍ମାସିକ ପରୀକ୍ଷା ଜାରି ରହିଛି। ଡ୍ରଇଂ ପରୀକ୍ଷା ଥିବାରୁ ଅପରାହ୍ନ ୨ଟା ମଧ୍ୟରେ ପରୀକ୍ଷା ଶେଷ ହୋଇଥିଲା। ହାତରେ କିଛି ସମୟ ପାଇ ମହାନଦୀକୁ ସାଙ୍ଗ ହୋଇ ଗାଧୋଇବାକୁ ଆସିଥିବା ବେଳେ ଏଭଳି ଦୁଃଖଦ ଘଟଣା ଘଟିଯାଇଛି।

Leave a Reply

Your email address will not be published. Required fields are marked *