ସେଞ୍ଚୁରିଅନ୍ ୟୁନିଭରସିଟି ବ୍ରୋଚର -2025 ପ୍ରକାଶିତ !!!

0
53
Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି କ୍ୟାମ୍ପସରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ଉପାଧ୍ୟକ୍ଷ ଆସନ୍ତା ବର୍ଷ ପାଇଁ କାର୍ଯ୍ୟକାରୀ ହେବାକୁ ଥିବା ନୂତନ ପାଠ୍ୟକ୍ରମ, ଛାତ୍ରମାନଙ୍କ ପାଇଁ ଆବଶ୍ୟକ ତାଲିମ, ମାର୍କେଟିଂ କୌଶଳ ଏବଂ ଅନ୍ୟାନ୍ୟ ବିଷୟ ବିଷୟରେ ସ୍ପଷ୍ଟ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଆଡମିଶନ ନିର୍ଦ୍ଦେଶକ ସୁକାନ୍ତ ପରିଡା ବିଭିନ୍ନ ପାଠ୍ୟକ୍ରମରେ ଆଡମିଶନ ପ୍ରକ୍ରିୟା ବିଷୟରେ ସୂଚନା ଦେଇଥିଲେ । ଭୁବନେଶ୍ୱର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ, ପ୍ରୋ କୁଳପତି (ଏକାଡେମିକ୍ସ) ଡ ବିଶ୍ୱଜିତ୍ ମିଶ୍ର, ପ୍ରୋ କୁଳପତି (ପ୍ରଶାସନ) ଡକ୍ଟର ଅଜୟ କୁମାର ନାୟକ, ପାରଳାଖେମୁଣ୍ଡି କ୍ୟାମ୍ପସର ରେଜିଷ୍ଟ୍ରାର୍ ଡକ୍ଟର ଅନୀତା ପାଟ୍ରା, ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ମହାନ୍ତି, ରେଜିଷ୍ଟ୍ରାର ଡ. ପାଲ୍ଲାଭି ଏବଂ ଆଡମିଶନ କର୍ମଚାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here