ସାଲେପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନିରାଶ୍ରୟ ଅସହାୟ ଲୋକଙ୍କ ସାହାରା ପାଲଟିଛି ଦୁଃଖୀ ଶ୍ୟାମ ବୃଦ୍ଧା ଶ୍ରମ । କଟକ ଜିଲ୍ଲା ସାଲେପୁର ବ୍ଲକ୍ ରାମକୃଷ୍ଣପୁର ଗ୍ରାମ ରେ ଅବସ୍ଥିତ ଏହି ଆଶ୍ରମ , ଯେଉଁଠି ରୁହନ୍ତି ଅନେକ ଅସହାୟ , ଦିବ୍ୟାଙ୍ଗ ଏବଂ ନିରାଶ୍ରୟ ବୃଦ୍ଧ ବୃଦ୍ଧା ! କୌଣସି ସରକାରୀ ଅନୁଦାନ ନଥାଇ କିଛି ଯୁବକଙ୍କ ମିଳିତ ପ୍ରୟାସ ରେ ବିଭିନ୍ନ ଲୋକଙ୍କ ଦାନ ଓ ସହଯୋଗରେ ଏହି ଆଶ୍ରମ ଚାଲୁଅଛି । ପ୍ରତ୍ୟେକ ଦିନ କେହି ନା କେହି ବଦାନ୍ୟ ବ୍ୟକ୍ତି ଏହି ଆଶ୍ରମ କୁ ଆସି ଅନ୍ତେବାସି ମାନଙ୍କ ସହ ସମୟ କାଟିବା ସହ ଯତ କିଞ୍ଚିତ ସାହାଯ୍ୟ କରି ଥାଆନ୍ତି ! ଯାହା ଫଳରେ ଏହି ଆଶ୍ରମ ଟି ଚାଲିଥାଏ ! ଆଜି ରାଷ୍ଟ୍ରୀୟ ସମାଜସେବୀ ମହିଳା ପରିଷଦ ର ଏକ ପ୍ରତିନିଧି ଦଳ ଆଶ୍ରମ କୁ ଆସିବା ସହ ଅନ୍ତେବାସୀ ମାନଙ୍କ ସହ କିଛି ସମୟ ବିତାଇଥିଲେ ! ଅନ୍ତେବାସୀ ମାନଙ୍କୁ ବିଭିନ୍ନ ଖାଦ୍ୟ ବସ୍ତ୍ର ଦେଇଥିଲେ , ଆଗାମୀ ଦିନରେ ପରିଷଦ ପକ୍ଷରୁ ଏହି ଆଶ୍ରମ କୁ ସମସ୍ତ ସହଯୋଗ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ !
ନିରାଶ୍ରୟ ଅସହାୟ ଲୋକଙ୍କ ସାହାରା ପାଲଟିଛି ଦୁଃଖୀ ଶ୍ୟାମ ବୃଦ୍ଧାଶ୍ରମ !!!

