ଅବ୍ୟବସ୍ଥା ଘେରରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ !!!

Spread the love

କେନ୍ଦ୍ରାପଡ଼ା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଅବ୍ୟବସ୍ଥା ଘେରରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ , ପ୍ରତିଶ୍ରୁତି ପରେ ପ୍ରତଶ୍ରୁତି , ହେଲେ କାର୍ଯ୍ୟାନୁଷ୍ଠାନ ଶୂନ ! ଅଭିଯୋଗ ପରେ ବି ନୀରବଦ୍ରଷ୍ଟା ସାଜିଛି ଶିକ୍ଷା ବିଭାଗ । ପାଲ ଉପରେ ଆଦର୍ଶ ଛାତ୍ରଛାତ୍ରୀଙ୍କ ଭବଷ୍ୟତ । ଛାତ୍ରଛାତ୍ରୀଙ୍କ ଭ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ କିଏ ଉତ୍ତରଦାୟୀ , ଜିଲ୍ଲା ପ୍ରଶାସନ ନା ଶିକ୍ଷା ବିଭାଗ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଆଦର୍ଶ ବିଦ୍ୟାଳୟର ଅବ୍ୟବସ୍ଥାକୁ ନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି ଜିଲ୍ଲପାଳଙ୍କ ସମେତ ଜିଲ୍ଲା ଶିକ୍ଷା ଅଧିକାରୀ , ଯାହାକୁ ନେଇ ଆଜି ଅଭିଭାବକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।ତେବେ ଆଗାମୀ ଦିନରେ ଛାତ୍ରଛାତ୍ରୀ ମାନଙ୍କ ପାଠ ପଢିବା ପାଇଁ ଫର୍ଣ୍ଣିଚର ଏବଂ ଅନ୍ୟାନ୍ୟ ଅବ୍ୟବସ୍ଥାକୁ ନେଇ ଯଦି ସୁଫଳ ନମିଳେ ତେବେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ମାନେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *