ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ପୁଲିସ ଦାମିଆ ବରବରାରେ ଚଢାଉ କରି ୩୩୦ ବୋତଲ ଜିଞ୍ଜର ଓ ୧୦ ଲିଟର ଦେଶୀ ମଦ ଜବତ କରିଛି । ଏ ସଂକ୍ରାନ୍ତରେ ଏକ ମକଦ୍ଦମା ରୁଜୁ କରି ବେପାରୀ ସୁରେନ୍ଦ୍ର ଶବରକୁ ଗିରଫ କରି ପୁଲିସ ଅଦାଲତ ଚାଲାଣ କରିଛି । ବାଣପୁରର ମାଳ ଅଞ୍ଚଳ ଭାବେ ଖ୍ୟାତ ଦାମିଆ ବରବରା ଓ ନିଳାଦ୍ରୀ ପ୍ରସାଦ ପଞ୍ଚାୟତ ଦ୍ୱୟରେ ବ୍ୟାପକ ଭାବେ ବେଆଇନ ଦେଶୀ ମଦ ପ୍ରସ୍ତୁତ ହୋଇ ବାଣପୁର ସମେତ ଗଞ୍ଜାମ ଓ ନୟାଗଡ ଜିଲ୍ଲାକୁ ଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଥିଲା । ତେବେ ଗୁରୁବାର ମଧ୍ୟାହ୍ନରେ ପୁଲିସ ଦାମିଆ ବରବରାରେ ଚଢାଉ କରି ଜିଞ୍ଜର ଓ ଦେଶୀ ମଦ ଜବତ କରିବା ସହ ନିକଟସ୍ଥ ମନ୍ଦାର ଗ୍ରାମର ସୁରେନ୍ଦ୍ର ଶବରକୁ ଗିରଫ କରିଥିଲା ।
ଜିଞ୍ଜର ଓ ଦେଶୀ ମଦ ଜବତ : ବେପାରୀ ଗିରଫ !!!

