19 total views , 1 views today
ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆଇ ଏସ ଆର ଡି ସଖୀ ୱାନ ଷ୍ଟପ ସେଣ୍ଟର, ଗଜପତି ତରଫରୁ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ଉତ୍କଳ ବାଳାଶ୍ରମ, ପାରଳାଖେମୁଣ୍ଡି ଠାରେ ଅନୁଷ୍ଠାନର ଶିଶୁ କନ୍ୟାମାନଙ୍କୁ ନେଇ ପାଳିତ ହୋଇଯାଇଛି | ଉକ୍ତ କାର୍ଯ୍ୟ କ୍ରମରେ ସଖୀ ୱାନ ଷ୍ଟପ ସେଣ୍ଟର ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ଅଧ୍ୟକ୍ଷତା କରିଥିଲେ | ଏହି କାର୍ଯ୍ୟକ୍ରମର ପ୍ରାରମ୍ଭ ରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମଟିକୁ ଆଗକୁ ବଢେଇଥିଲେ | ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସଂଗୀତ ଉତ୍କଳ ବାଳାଶ୍ରମର ଶିଶୁ କନ୍ୟା ମାନେ ପରିବେଷଣ କରିଥିଲେ | ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯାଳୟର PO, I/C ଶ୍ରୀଯୁକ୍ତ ଡମ୍ବରୁଧର ବଳବନ୍ତ ଏହି ଦିବସ ପାଳନନ ର ଲକ୍ଷ ଏବଂ ଉଦେଶ୍ୟ ବିଷୟରେ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ | ସମ୍ମାନୀତ ଅତିଥି ଭାବରେ ଓଏଲଏମ ସ୍ଵୟଂ ପ୍ରକଳ୍ପ (District Coordinator Cum Counsellor, Gender Intervention Programme) ର ଜିଲ୍ଲା ସଞ୍ଜୋଜିକା ଶ୍ରୀମତୀ ଶିବାନୀ ପାଣିଗ୍ରାହୀ ଶିଶୁ କନ୍ୟା ମାନଙ୍କ ପ୍ରତି ରହିଥିବା ଅଧିକାର ତଥା ଏହି ଜିଲ୍ଲାରେ ରହିଥିବା କନ୍ୟା ସନ୍ତାନ ଙ୍କ ବିଭିନ୍ନ ପ୍ରକାର ସୁବିଧା ଓ ଅସୁବିଧା ବିଷୟରେ ଆଲୋକପାତ କରାଇଥିଲେ ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମହିଳା ସୁରକ୍ଷ୍ୟା ଅଧିକାରୀ ଶ୍ରୀମତୀ ସାରଳା ପାତ୍ର ବାଲ୍ୟ ବିବାହ ଆଇନ ତଥା ଶିଶୁ କନ୍ୟା ମାନଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଗକୁ ଗଲେ ଜିଲ୍ଲା ର ଉନ୍ନତି ହୋଇପାରିବ ସେହି ବିଷୟରେ ଆଲୋକପାତ କରିଥିଲେ | ଶିଶୁ କନ୍ୟାମାନଙ୍କୁ ଉତ୍ସାହିତ କରିବା ପାଇଁ ଉତ୍କଳ ବାଳାଶ୍ରାମର ବାଳିକା ମାନଙ୍କୁ ନେଇ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରାଯାଇ ଥିଲା | ଏହି କାର୍ଯ୍ୟକ୍ରମରେ ଉତ୍କଳ ବାଳଶରମର counsellor ସୁଶ୍ରୀ ସଂଗୀତା ମଲ୍ଲିକ ଏବଂ ସମସ୍ତ କର୍ମଚାରି ଉପସ୍ଥିତ ଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ୱାନ ସ୍ଟପ କେନ୍ଦ୍ରର ସୁନିତା ବେହେରା, ସ୍ଵାଗତିକା ଦାସ,ମୋନାଲିସା ବେହେରା, ହରିକୃଷ୍ଣ ଚୌଧୁରୀ, ଟି ସୁରେଶ କୁମାର ଏବଂ ଆଇଏସଆରଡ଼ି ପରିବାର ର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟ କ୍ରମଟିକୁ ପରିଚାଳନା କରିବାରେ ସହଯୋଗ କରିଥିଲେ |ପରିଶେସରେ ସଖୀ ୱାନ ଷ୍ଟପ ସେଣ୍ଟର ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାଟିକୁ ସାଙ୍ଗ କରିଥିଲେ |