ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : କୋଭିଡ ସ୍ଥିତି ପରିଚାଳନା ପାଇଁ ନୟାଗଡ ଜିଲ୍ଲା ପ୍ରଶାସନକୁ ସହଯୋଗର ହାତ ବଢ଼ାଇଲେ ସମାଜସେବୀ କିଶୋର ଚନ୍ଦ୍ର ସାହୁ . ନୟାଗଡ଼ ଜିଲ୍ଲା ମୁଖ୍ୟାଳୟ କୁ କୋଡ଼ିଏ ଟି ଅକ୍ସିଜେନ ଭର୍ତ୍ତି ସିଲିଣ୍ଡର ଦାନ କଲେ ଭାଟସାହି ସରପଞ୍ଚ ତଥା ସମାଜସେବୀ କିଶୋର ଚନ୍ଦ୍ର ସାହୁ । ମହାମାରୀ କରୋନା ର ଦ୍ଵିତୀୟ ଲହରୀରେ ଅକ୍ସିଜେନ ର ଅଭାବ ପରିଲକ୍ଷିତ ହେଉଥିବା ସମୟରେ ଏହାକୁ ଲକ୍ଷ୍ୟ ରଖି ଏପରି କାର୍ଯ୍ୟ କରିଛନ୍ତି ସରପଞ୍ଚ । ନୟାଗଡ଼ ଜିଲ୍ଲାପାଳ ଡ.ପୋମା ଟୁଡୁ ଏବଂ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଙ୍କ ଉପସ୍ଥିତି ରେ ସେ ଅକ୍ସିଜେନ ସିଲିଣ୍ଡର ଦାନ କରିଛନ୍ତି । ଏହା ପୁର୍ବରୁ ଜିଲ୍ଲାରେ ଆମ୍ବୁଲାନ୍ସ ସେବା ଯୋଗାଇ ଦେଇ ଚର୍ଚ୍ଚା କୁ ଆସିଥିଲେ ସରପଞ୍ଚ । ତାଙ୍କର ଏହି ମହାନ୍ କାର୍ଯ୍ୟ ଏବଂ ସେବା ମନୋଭାବ ପାଇଁ ବିଭିନ୍ନ ମହଲରୁ ଧନ୍ୟବାଦ ଅର୍ପଣ କରାଯାଇଛି ।