ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସହୀଦ ଭଗତ ସି° ଯୁବ ପରିଷଦ ଆନୁକୂଲ୍ୟରେ ସହିଦ କପ୍-୨୦୨୧ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭୁବନେଶ୍ୱର ମିଡ଼ିଆ ସ୍ପୋର୍ଟସ୍ କ୍ଲବକୁ ହରାଇ ସଚିବାଳୟ କର୍ମଚାରୀ ଟିମ୍ ଚମ୍ପିୟାନ ହୋଇଛି।
ଜୟଦେବ ବିହାର ସ୍ଥିତ ଏନ୍-୬ ପଡିଆରେ ଆୟୋଜିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଚାରୋଟି ଟିମ – ରାଜନେତା, ଅଭିନେତା, ସାମ୍ବାଦିକ ଓ ସଚିବାଳୟ କର୍ମଚାରୀ ଭାଗ ନେଇଥିଲେ ।
ପ୍ରଥମ ମ୍ୟାଚ ଅଭିନେତା ଓ ସଚିବାଳୟ କର୍ମଚାରୀ ଟିମ୍ ମଧ୍ୟରେ ହୋଇଥିଲା। ଏହାକୁ ରାଜ୍ୟସଭା ସା°ସଦ ମୁନା ଖାଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏଥିରେ ସଚିବାଳୟ ଟିମ୍ ବିଜୟୀ ହୋଇଥିଲା । ସେହିପରି ଦ୍ଵିତୀୟ ମ୍ୟାଚ ରାଜନେତା ଓ ବିଏମ୍ଏସ୍ ସି ମଧ୍ୟରେ ହୋଇଥିଲା । ବି ଏମ୍ ଏସ୍ ସି ବିଜୟଲାଭ କରିଥିଲା । ନିର୍ଣ୍ଣାୟକ ମ୍ୟାଚ ସଚିବାଳୟ କର୍ମଚାରୀ ଓ ଭୁବନେଶ୍ୱର ମିଡ଼ିଆ ସ୍ପୋର୍ଟସ୍ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଚିବାଳୟ ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୮୮ ରନ୍ ସ°ଗ୍ରହ କରିଥିଲା । ଜବାବରେ ବି ଏମ୍ ଏସ୍ ସି ୧୦ ଓଭରରେ ୪ ଓ୍ବିକେଟ ହରାଇ ୭୭ ରନ୍ କରିବାକୁ ସକ୍ଷମ ହୋଇଥିଲା । ଫଳରେ ସଚିବାଳୟ କର୍ମଚାରୀ ଟିମ୍ ୧୧ ରନରେ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା।
ଉଦଯାପନୀ ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଦିଲ୍ଲୀପ ମହାନ୍ତି ଓ ଜିଲ୍ଲା ସଭାପତି ବାବୁ ସି° ଯୋଗଦେଇ ଚମ୍ପିୟାନ ଓ ରନର୍ସ ଅଫ ଦଳକୁ ଟ୍ରଫି ପ୍ରଦାନ କରିଥିଲେ।
ସହୀଦ ଭଗତ ସିଂ ଙ୍କ ଚିନ୍ତାଧାରା ରେ ଅନୁପ୍ରାଣିତ ହୋଇ ଭାଇଚାରା ର ବାର୍ତ୍ତା ନେଇ ପରିଷଦର ସଦସ୍ୟ ମାନେ ଏହି ଟୁର୍ଣ୍ଣାମେଣ୍ଟ ଟିକୁ ଆୟୋଜନ କରିଥିଲେ ଏବଂ ଆଗାମୀ ଦିନରେ ଏହି ଟୁର୍ଣ୍ଣାମେଣ୍ଟ କୁ ବୃହତ ଆକାରରେ କରିବା ପାଈଁ ପରିଷଦ ର ସମ୍ପାଦକ ସ୍ଵପ୍ନେନ୍ଦୁ ମହାନ୍ତି ପ୍ରକାଶ କରିଛନ୍ତି । ପରିଷଦ ର ସଭାପତି ରଶ୍ମିରଞ୍ଜନ କାନୁନଗୋ, ସମ୍ପାଦକ ସ୍ଵପ୍ନେନ୍ଦୁ ମହାନ୍ତି , ଶେଖ ମୁସ୍ତାଫା, ସୁବ୍ରତ ରଥ, ଅଞ୍ଜନ ନାଥ, ପ୍ରଶାନ୍ତ ହରିଚନ୍ଦନ, ଆଲୋକ ନନ୍ଦ, ଦିବ୍ୟଜ୍ୟୋତି କର ପ୍ରମୁଖ ସୁଚାରୁ ରୁପେ ପରିଚାଳନା କରିଥିଲେ ।