ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ନୂତନ ବସଷ୍ଟାଣ୍ଡ ସାଜିଛି ସର୍ଭିସିଙ୍ଗ ସେଣ୍ଟର । ଯାହା ଫଳରେ ବସଷ୍ଟାଣ୍ଡ କାଦୁଅ ରେ ପଚ ପଚ ହେଉଛି । ପାଣି ଜମିବା କାରଣରୁ ମଶା ମାଛି ବଢି , ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସବୁ ବସ ସକାଳ ହେଉ କି ସନ୍ଧ୍ୟା ରେ ହେଉ , ସଫା ଓ ପରିଷ୍କାର ପାଣି ଢାଳି ସଫା କରୁଛନ୍ତି ! ଯାହା ଫଳରେ ପାଣି ଜମୁଛି ଓ ପରିବେଶ ଅପରିଷ୍କାର ହେଉଛି । ଅନ୍ୟ ଜାଗାରେ ବସ ଧୋଇବା ବ୍ୟବସ୍ଥା ହୋଇ ପାରିଲେ ବସଷ୍ଟାଣ୍ଡ ସଫା ରହିବା ସହ ପାଣି ଜମିବ ନାହିଁ ! କାଦୁଅ ହେବ ନାହିଁ କିମ୍ବା ମଶା ମାଛି ବଢିବେ ନାହିଁ । ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ସମସ୍ୟା ପ୍ରତି ଧ୍ୟାନ ଦେଲେ ଯାତ୍ରୀ ଉପକୃତ ହୋଇ ପାରିବେ ।
ନୂତନ ବସଷ୍ଟାଣ୍ଡ ସାଜିଛି ସର୍ଭିସିଙ୍ଗ ସେଣ୍ଟର : ସବୁ ଜାଣି ପୌର ପରିଷଦ ଚୁପ !!!

