୨୩୭ ତମ ସପ୍ତାହରେ ଚିନ୍ମୟ ଫାଉଣ୍ଡେସନ ର ମିଶନ୍ ଅମୃତ ହସ୍ତମ୍ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ୨୩୭ ତମ ସପ୍ତାହରେ ଚିନ୍ମୟ ଫାଉଣ୍ଡେସନ ର ମିଶନ୍ ଅମୃତ ହସ୍ତମ୍ କାର୍ଯ୍ୟକ୍ରମ । ଯାଜପୁର ଜିଲ୍ଲା ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ଦ୍ବାରା ପରିଚାଳିତ କାର୍ଯ୍ୟକ୍ରମ “ମିଶନ ଅମୃତ ହସ୍ତମ୍” ପକ୍ଷରୁ ଆଜକୁ ଦୀର୍ଘ ୧୬୬୬ ଦିନ ଧରି ନିରବଚ୍ଛିନ୍ନ ଭାବରେ ଜାରି ରହିଛି ସେବା କାର୍ଯ୍ୟ । ଗତ ଅକ୍ଟୋବର ୫ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଫାଉଣ୍ଡେସନର ଦିନ ସଂଖ୍ୟା ୧୬୬୦ ରୁ ୧୬୬୬ ଦୀର୍ଘ ସାତ ଦିନ ଧରି ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାରି ରହିଛି ଏହି ସେବା କାର୍ଯ୍ୟକ୍ରମ । ଗରିବ ଓ ଅସହାୟ ମାନଙ୍କୁ ଖାଦ୍ୟ , ବସ୍ତ୍ର ଆଦି ରିଲିଫ୍ ସହ ମହିଳା ମାନଙ୍କୁ ନାପ୍କିନ୍ ଆଦି ବଣ୍ଟନ କରାଯାଉଥିବାର ଦେଖିବାକୁ ମିଳିଛି । ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ଜିଲ୍ଲାରେ ଭୋଳା ଜେନା , ଶ୍ରୀକ୍ଷେତ୍ର ସାହୁ ଆଦି ଏହି କାର୍ଯ୍ୟକ୍ରମକୁ ଜାରି ରଖିଛନ୍ତି !

 

 

Leave a Reply

Your email address will not be published. Required fields are marked *