ମାହାଙ୍ଗାରେ ବିଜେପି ରାଜନୀତି ଏବେ ରୋଚକ ସ୍ଥିତିରେ !!!

Spread the love

ମାହାଙ୍ଗା ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ମାହାଙ୍ଗା ରାଜନୀତିରେ ରଙ୍ଗ ବଦଳାଉଛି ଏଣ୍ଡୁଅ ! ମାହାଙ୍ଗାରେ ବିଜେପି ରାଜନୀତି ଏବେ ରୋଚକ ସ୍ଥିତିରେ , ମାହାଙ୍ଗା ଭାରତୀୟ ଜନତା ପାର୍ଟିର ସଦସ୍ୟତା ଅଭିଯାନ କରାଇଲେ ଦଳରୁ ତଡ଼ାଖିଆ ନାରୀ ନେତ୍ରୀ, ମଞ୍ଚ ଉପରେ ରହିଲେ କଟକ ସଦର ବିଧାୟକ , ହେଲେ ମାହାଙ୍ଗା ବିଜେପି ଗଲା କୁଆଡେ ? ମାହାଙ୍ଗା ବିଜେପି ଡଙ୍ଗାର ନାଉରୀ କିଏ, ନା ସରକାର ଗଢ଼ିବା ପରେ ଡବଲ ଇଞ୍ଜିନ ଲଂଞ୍ଚରେ ଚାଲୁଛି ମାହାଙ୍ଗା ବିଜେପି ! ସମ୍ବେଦନଶିଳ ନିର୍ବାଚନ ମଣ୍ଡଳୀରେ ହାତୀ ଦୁଇ ଦେଖା ଦାନ୍ତ ଭଳି କାହାଣୀ ରଚି ଥିଲା କି ରାଜ୍ଯ ବିଜେପି ! ମାହାଙ୍ଗା ବିଜେପି ସାଂଗଠନିକ ନେତା ସୁମନ୍ତ ଘଡେ଼ଇ , ନା ସମର୍ଥନ ଦେଉଥିବା ବିଧାୟକ କେହି ବି ସଦସ୍ୟତା ଅଭିଯାନରେ ସାମିଲ ନଥିଲେ ! ଏତେ ବଡ଼ ବଡ଼ ନେତା, ସାଂସଦ କାହା ଇଙ୍ଗିତରେ ମାହାଙ୍ଗାରେ ସଦସ୍ୟତା ଅଭିଯାନ କରାଇଲେ ଆଉ ବିଜେପି ମଙ୍ଗୁଆଳ କିଏ ସାଜିଲା , ଏହାକୁ ନେଇ ଏବେ ଆଲୋଚନା ଜୋରଦାର ?

Leave a Reply

Your email address will not be published. Required fields are marked *