ନିମନ୍ତ୍ରଣ ପତ୍ର ରେ ନିବେଦକ ଅଛନ୍ତି ବାଙ୍କୀ ଉପ ଜିଲ୍ଲାପାଳ – ହେଲେ ସେ କହୁଛନ୍ତି ମୁଁ କିଛି ଜାଣେ ନାହିଁ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ମହୋତ୍ସବ ଉଦଘାଟନୀ ମଞ୍ଚରେ ଘଟିଥିବା ଘଟଣା ନେଇ ପ୍ରଶ୍ନ ହେବାରୁ , ସେ କିଛି ଜାଣନ୍ତି ନାହିଁ ବୋଲି କହିଥିଲେ ବାଙ୍କୀ ଉପ ଜିଲ୍ଲାପାଳ ତଥା ମହୋତ୍ସବ କମିଟିର ମୁଖ୍ୟ ଉପଦେଷ୍ଟା ଦେବୀ ପ୍ରସାଦ ମହାନ୍ତି ! ବାଙ୍କୀ ମହୋତ୍ସବ ଉଦଘାଟନ ଉତ୍ସବରେ ମଂଚ ଉପରେ ସମ୍ବର୍ଦ୍ଧିତ ହେବାକୁ ଥିବା ସାମ୍ବାଦିକ ଙ୍କୁ ଅସମ୍ମାନ ନେଇ ଜୋରଦାର ପ୍ରତିକ୍ରିୟା ଦେଖାଇଛି ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ର ବାଙ୍କୀ ଶାଖା ! ବାଙ୍କୀ ରୁଚିକା ମାର୍କେଟ ରେ ଜରୁରୀକାଳୀନ ବୈଠକ ଆୟୋଜନ ସହିତ ଯାହା ପ୍ରରୋଚନାରେ ଏପରି ପରିବର୍ତ୍ତିତ କାର୍ଯ୍ୟକ୍ରମ କରାଯାଇଛି , ତାର ନାମ ସାର୍ବଜନୀନ କରିବା ପାଇଁ ମହୋତ୍ସବ କମିଟି ପାଖରେ ଦାବୀ ରଖିଛି ! ସମସ୍ତ ସଦସ୍ୟ ବାଙ୍କୀ ଉପ ଜିଲ୍ଲାପାଳଙ୍କୁ ଭେଟି ଏସମ୍ପର୍କରେ ଜଣାଇଥିଲେ ! ହେଲେ ଯାହା ଘଟିଥିଲା ତାହା ଅବିଶ୍ୱସନୀୟ ! ନିମନ୍ତ୍ରଣ ପତ୍ର ରେ ନିବେଦକ ଅଛନ୍ତି ବାଙ୍କୀ ଉପ ଜିଲ୍ଲାପାଳ – ହେଲେ ସେ କହୁଛନ୍ତି ମୁଁ କିଛି ଜାଣେ ନାହିଁ ! ଶୁଣନ୍ତୁ ଆମ ପ୍ରତିନଧି ଙ୍କ ପ୍ରଶ୍ନର କଣ ଉତ୍ତର ଦେଉଛନ୍ତି ବାଙ୍କୀ ଉପ ଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି ! ବାଙ୍କୀ ମହୋତ୍ସବ ଉଦଘାଟନୀ ମଞ୍ଚରେ ଘଟିଥିବା ଘଟଣା ନେଇ ପ୍ରଶ୍ନ ହେବାରୁ , ସେ କିଛି ଜାଣନ୍ତି ନାହିଁ ବୋଲି କହିଥିଲେ ବାଙ୍କୀ ଉପ ଜିଲ୍ଲାପାଳ ତଥା ମହୋତ୍ସବ କମିଟିର ମୁଖ୍ୟ ଉପଦେଷ୍ଟା ଦେବୀ ପ୍ରସାଦ ମହାନ୍ତି ! ତେବେ ସଂପୂର୍ଣ୍ଣ ଘଟଣା ଆଲୋଚନା ସମୟରେ ସେଠାରେ ଉପସ୍ଥିତ ଥିଲେ , ବାଙ୍କୀ ମହୋତ୍ସବ କମିଟିର ବହୁ ଆଗ ଧାଡ଼ିର କର୍ମକର୍ତ୍ତା ! ଯାହା ଘଟିଛି ତାହା ଭୁଲ , ଏବଂ ପୂର୍ବତନ ବିଧାୟକ ତଥା ମହୋତ୍ସବ କମିଟିର ପ୍ରତିଷ୍ଠାତା ସଭାପତି ପ୍ରଭାତ ତ୍ରିପାଠୀ ଙ୍କ ଘୋଷଣା ଅନୁଯାୟୀ ମହୋତ୍ସବର ଚତୁର୍ଥ ଦିନରେ ସେହି ପ୍ରତିଭାଙ୍କୁ ଯଥା ସମ୍ମାନ ସମ୍ବର୍ଦ୍ଧିତ କରାଯିବ ବୋଲି କହିଥିଲେ !

Leave a Reply

Your email address will not be published. Required fields are marked *