ଜିଲ୍ଲାସ୍ତରୀୟ ସଂପୂର୍ଣ୍ଣତା ଅଭିଯାନର ସମାପନ ସମାରୋହ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ ସଂପୂର୍ଣ୍ଣତା ଅଭିଯାନର ସମାପନ ସମାରୋହ ଅନୁଷ୍ଠିତ ହୋଇଯାଇଅଛି। ଏହି ସମାପନ ସମାରୋହରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ଜି.ତିରୁପତି ରାଓ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼.ଗୁଣନିଧି ନାୟକ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମହମ୍ମଦ ଅଲ୍ଲୀ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ସ୍ଵାଗତ ପ୍ରଦାନ କରିବା ସହିତ ସଂପୂର୍ଣ୍ଣତା ଅଭିଯାନ ଏବଂ ଏହାର ସଫଳତା ଉପରେ ଆଲୋକପାତ କରି କହିଥିଲେ, ଯାହା ସ୍ବାସ୍ଥ୍ୟ ସେବାର ଉନ୍ନତି, ପୋଷଣ ଅଭିଯାନ ଅଧିନରେ ଅପପୃଷ୍ଠି ହ୍ରାସ, ପ୍ରସବପୂର୍ବ ଯତ୍ନ, ଶିଶୁ ଟୀକାକରଣ ଏଵଂ ମୁର୍ତ୍ତିକା ସ୍ଵାସ୍ଥ୍ୟ କାର୍ଡ ବଣ୍ଟନ ଉପରେ ଧ୍ୟାନ ଦିଆଯାଇଥିଲା। ଅଙ୍ଗନୱାଡ଼ି ଏବଂ ଆଶା କର୍ମୀଙ୍କ ପରି ଆଗଧାଡ଼ିର କର୍ମୀଙ୍କ ଉଦ୍ୟମରେ ଏହି ଜନ କଲ୍ୟାଣ କାରୀ ଯୋଜନା ଗୁଡିକୁ ଆଗେଇ ନେବାରେ ସେମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ପାଇଁ ପ୍ରଶଂସା କରାଯାଇଥିଲା। ଏହି ଅଭିଯାନ ଗତ ଜୁଲାଇ ୪ ତାରିଖରୁ ଆରମ୍ଭ ହୋଇ ଗତ ମାସ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣତା ଅଭିଯାନର କାର୍ଯ୍ୟକ୍ରମ ଜିଲ୍ଲାର ଆର୍.ଉଦୟଗିରି ଓ ଗୁମ୍ମା ବ୍ଲକରେ ଚାଲୁ ରହିଅଛି। ଏହି ସମାରୋହରେ ବିଗତ ତିନି ମାସ ଧରି ବିଭିନ୍ନ ବିଭାଗ ଯଥା କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ସମାଜ କଲ୍ୟାଣ ଓ ସାମାଜିକ ବିକାଶ ମଧ୍ୟରେ ଛଅ ଗୋଟି ସୁଚକାଙ୍କ ମଧ୍ୟରେ ଶତ ପ୍ରତିଶତ ଲକ୍ଷ୍ୟ ହାସଲ ନିମନ୍ତେ ବିଗତ ତିନି ମାସରେ ବିଭିନ୍ନ ପଦକ୍ଷେପ ମାନ ନିଆ ଯାଇଥିଲା , ଯାହା ପାଇଁ ବିଭିନ୍ନ ବିଭାଗ ର ଅଧିକାରୀ ମାନଙ୍କୁ ଜିଲ୍ଲାପାଳଙ୍କ ଦ୍ଵାରା ସମ୍ମାନୀତ କରିବା ସହ ସେମାନଙ୍କୁ ମାନ ପତ୍ର ପ୍ରଦାନ କରିବା ସହିତ ସମସ୍ତ ବ୍ଲକ୍ ରେ ଉତ୍କୃଷ୍ଟ କାର୍ଯ୍ୟ କରିଥିବା ଆଶା ଏବଂ ଅଙ୍ଗନୱାଡ଼ି କର୍ମୀଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ସୁରେନ୍ଦ୍ରନାଥ ସ୍ୱାଇଁ,ପୀରାମଲ୍ ଫାଉଣ୍ଡେସନର ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ ଦେବବ୍ରତ ଆଚାର୍ଯ୍ୟ, ଉପ ନିର୍ଦ୍ଦେଶକ ଯୋଜନା ଶ୍ରୀ ମହେଶ୍ବର ସାହୁ , ସମେତ ସମସ୍ତ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀ,କୃଷି ଅଧିକାରୀ ଓ ହିତାଧୀକାରୀ ମାନେ କାର୍ଯ୍ୟ କ୍ରମରେ ଉପସ୍ଥିତ ଥିଲେ ଓ ପୀରାମଲ୍ ଫାଉଣ୍ଡେସନର ପ୍ରୋଗ୍ରାମ ଲିଡର ସୁଭ ସଞ୍ଜୋ ସାହୁ ଓ ବି.ଶ୍ରୀୟାଶ୍ରୀ ରାଣୀ ଗାନ୍ଧୀ ଫେଲୋ ର ଅଙ୍କିତ, ଗାରିମା ମିଶ୍ର ଓ ଭିଭେକ୍ ସମେତ ପୀରାମଲ୍ ଫାଉଣ୍ଡେସନ ଓ ନୀତି ଆୟୋଗର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *