ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ବ୍ଳକ ର ୧୨ ଟି କ୍ଲଷ୍ଟର କୁ ନେଇ ମଣ୍ଡଳ ସ୍ଥରୀୟ ଶିଶୁ ମହୋତ୍ସବ ସୁରଭି – ଆମ ଲୋକ କଳା ଆମ ସଂସ୍କୃତି କାର୍ଯ୍ୟକ୍ରମ ବାଣପୁର ଗୋଷ୍ଠୀ ଶିକ୍ଷା ଆନୁକୂଲ୍ୟ ରେ ସ୍ଥାନୀୟ ଗୋଦାବରୀଶ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ସୁରଭି କାର୍ଯ୍ୟକ୍ରମ ଉଦଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ମିଟୁ ନାୟକ ଓ ସମ୍ମାନିତ ଅତିଥିଭାବେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରମାକାନ୍ତ ନାୟକ,ସହ ଗୋଷ୍ଠୀ ଅଧିକାରୀ ପ୍ରଭାତ କୁମାର ସେଠି,ବାଣପୁର ସରକାରୀ ହାଇସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଝରଣା ଓଝା, ଗୋଦାବରୀଶ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ବେହେରା , ବରିଷ୍ଠ ମଣ୍ଡଳ ଅଧିକାରୀ ସି ଏଚ ବିଜୟ ଲଷ୍ମୀ ଯୋଗଦେଇ ସୁରଭି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଏହି ଅବସରରେ ଗୀତ, ନୃତ୍ୟ, ଭାଷଣ, ହସ୍ତାକ୍ଷର, ସୁଜନ ଶିଳତା ଲିଖନ, ଚିତ୍ରାଙ୍କନ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି ସୁରଭି କାର୍ଯ୍ୟକ୍ରମ ରେ ୧୨ଟି କ୍ଲଷ୍ଟର ର ୨୪୫ଜଣ ପ୍ରତିଯୋଗୀ ଛାତ୍ର ଛାତ୍ରୀ ୪୦ ଜଣ ଗାଇଡ଼ ଶିକ୍ଷକ ଙ୍କ ତତ୍ୱାବଧାନରେ କନିଷ୍ଠ ବିଭାଗ ର ୯ ଟି ଓ ବରିଷ୍ଠ ବିଭାଗ ର ୧୧ ଟି ପ୍ରତିଯୋଗିତା ରେ ବିତର୍କ,ଚିତ୍ରକଳା, ଚିତ୍ରାଙ୍କନ ,ସଙ୍ଗୀତ, ପ୍ରବନ୍ଧ,ସୃଜନଶୀଳ ଲିଖନ ଇତ୍ୟାଦି ରେ ଭାଗ ନେଇ ଥିଲେ. କୃତି ପ୍ରତିଯୋଗୀ ମାନେ ବରିଷ୍ଠ ଶିକ୍ଷକ ବିନାୟକ ହୋତା ଏବଂ ମଣ୍ଡଳ ଅଧିକାରିଣୀ ସି ଏଚ ବିଜୟ ଲଷ୍ମୀ ଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ ।।
ବାଣପୁରରେ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ଓ ସୁରଭି କାର୍ଯ୍ୟକ୍ରମ !!!

