କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବାତ୍ୟା ପାଇଁ ହେଲା ଆଗୁଆ ବିସର୍ଜନ ! କେନ୍ଦ୍ରାପଡ଼ା ର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ବିସର୍ଜନ ଆଜି ସନ୍ଧ୍ୟା ସୁଦ୍ଧା କରାଯାଇଛି ! କେନ୍ଦ୍ରାପଡ଼ା ଜିଲ୍ଲା ର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ର ଭସାଣି ପାଇଁ ଲୋକଙ୍କ ଖୁସି ରେ ‘ ଦାନା ‘ ଫିକା ପକେଇଦେଲା । ବହୁ ଖୁସିର ସହ ଅପେକ୍ଷା କରିଥିଲେ ପୂଜା କମିଟିର ସଦସ୍ୟ ଏବଂ କେନ୍ଦ୍ରାପଡ଼ା ର ଶ୍ରଦ୍ଧାଳୁ ମାନେ ମା ଙ୍କୁ ବିଦାୟକାଳୀନ ମେଲାଣି ଦେବା ପାଇଁ ! କିନ୍ତୁ ବାଧକ ସାଜିଲା ବାତ୍ୟା ଦାନା , ବାତ୍ୟା କୁ ଦୃଷ୍ଟିରେ ରଖି ପ୍ରଶାସନ ସନ୍ଧ୍ୟା ସୁଦ୍ଧା ସମସ୍ତ ମେଢ଼ ବିସର୍ଜନ କରିବା ପାଇଁ କହିବା ସହ ଲୋକଙ୍କ ଧନ ଜୀବନ କେମିତି ସୁରକ୍ଷିତ ରହିବ ସେଥି ପ୍ରତି ସମସ୍ତଙ୍କୁ ନିବେଦନ କରିଛନ୍ତି !
ବାତ୍ୟା ପାଇଁ ଆଗୁଆ ହେଲା କେନ୍ଦ୍ରାପଡ଼ା ର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ବିସର୍ଜନ !!!

